କେଶ ଓ ତ୍ୱଚାର ସୌନ୍ଦର୍ଯ୍ୟ ବଢାଇବା ପାଇଁ କେଉଁ ତେଲର ବ୍ୟବହାର କରିବେ ଜାଣନ୍ତି କି ଆପଣ ?
ସୌନ୍ଦର୍ଯ୍ୟ ବୃଦ୍ଧିରେ ତେଲର ଅବଦାନ କିଛି କମ ନୁହେଁ । ପ୍ରାଚୀନ କାଳରୁ ତ୍ୱଚା ଓ କେଶର ସୁନ୍ଦରତା ପାଇଁ ବିଭିନ୍ନ ପ୍ରକାର ତେଲର ବ୍ୟବହାର ହୋଇଆସୁଛି । ଏହି ତେଲର ନିୟମିତ ବ୍ୟବହାର କରି କେଶ ଓ ଚର୍ମ ଜନିତ ଅନେକ ସମସ୍ୟାର ସମାଧାନ କରି ହେବ ଯାହା ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ମଧ୍ୟ କରିପାରିବ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ତେଲକୁ କେଉଁ ଉପାୟରେ ବ୍ୟବହାର କଲେ ଆମେ ସୁନ୍ଦର କେଶ ସହ ତ୍ୱଚା ପାଇପାରିବା ।
ନଡ଼ିଆ ତେଲ – ନଡ଼ିଆ ତେଲକୁ ଗରମ କରି କେଶର ମୂଳରେ ମସାଜ କରି ପୂରା ରାତି ଛାଡ଼ି ଦିଅନ୍ତୁ। ଏହା କରିବା ଦ୍ୱାରା ରୁକ୍ଷାପଣ ଓ ଦୁଇ ମୁହାଁ କେଶ ସମସ୍ୟାରୁ ମୁକ୍ତି ମିଳେ ।
ରାଶି ତେଲ – ରାଶି ତେଲକୁ ଶରୀର ମସାଜ ପାଇଁ ବ୍ୟବହାର କରାଯାଏ । ଏହା ବହୁତ ପତଳା ତେଲ ହୋଇଥିବାରୁ ତୁରନ୍ତ ଚର୍ମରେ ମିଶିଯାଏ । ଆୟୁର୍ବେଦ କୁହେ, ଏହି ତେଲ ଶରୀରର ସମସ୍ତ ପ୍ରକାର ‘ଦୋଷ’ ପାଇଁ ବେଶ୍ ଉପଯୋଗୀ । ଏଥିରେ ବହୁ ପରିମାଣର ପୋଷକତତ୍ତ୍ୱ ଓ ରୋଗ ଉପଚାର ଶକ୍ତି ରହିଛି । ପ୍ରତିଦିନ ଏହି ତେଲକୁ ଶରୀରରେ ମସାଜ କରିବାଦ୍ୱାରା ଚର୍ମ ଚିକ୍କଣ ରୁହେ । ଏହା ଛଡ଼ା ଏହି ତେଲରେ ଏସପିଏଫ୍ ୪ ସନ୍ସ୍କ୍ରିନ୍ ରହିଛି ଯାହାଦ୍ଵାରା ଏହି ତେଲକୁ ମୁହଁରେ ମଧ୍ୟ ଲଗାଇପାରିବେ ।
ଆଲମଣ୍ଡ ତେଲ – ଚର୍ମ ଶୁଷ୍କ ହୋଇ କୁଣ୍ଡାଇ ହେଉଥିଲେ ଏହି ତେଲରେ ମସାଜ କରନ୍ତୁ । ଏହା ସବୁ ପ୍ରକାର ଚର୍ମ ପାଇଁ ଉପଯୋଗୀ ହେଉଥିବାବେଳେ ସେନସିଟିଭ୍ ସ୍କିନ୍ ପାଇଁ ବେଶୀ ଲାଭଦାୟକ ।
ଜଡ଼ା ତେଲ – ଏହି ତେଲକୁ କେଶର କଣ୍ଡିସନରିଂ ପାଇଁ ବ୍ୟବହାର କରାଯାଇପାରିବ । ଏହା ସହ ଯେଊଁ କେଶ ଗୁଡ଼ିକ ଖରା ସଂସ୍ପର୍ଶରେ ଆସି ଖଇରିଆ ରଙ୍ଗ ପଡ଼ିଯାଇଥାଏ, ତାହାକୁ କଳା କରିଥାଏ । ଏହି ତେଲକୁ ଆଖି ପତା ଓ ଆଖିର ଭ୍ରୁଲତାକୁ ଗାଢ଼ ରଙ୍ଗ କରିବା ସହ ଅଧିକ ଘନ ମଧ୍ୟ କରାଏ । ଆଖି ପତା ପାଇଁ ଦିନ ସମୟରେ ଏକ ତୁଳାରେ କିଛି ଜଡ଼ା ତେଲ ନେଇ ପତାରେ ଲଗାଇ ଛାଡ଼ିଦେବେ, ପରନ୍ତୁ ଏହାକୁ ରାତିରେ ଲଗାଇ ଶୋଇବେ ନାହିଁ ।
Comments are closed.