ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲା,, ଦୋଷୀ ପାଇବେ କୋଠାର ଦଣ୍ଡ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ଆକ୍ସନ ମୁଡ୍‌କୁ ଆସିଛନ୍ତି ପଞ୍ଜାବ ସରକାର। ପଞ୍ଜାବ ପୁଲିସ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମାନ୍ ସରକାର। ସୁପ୍ରିମକୋର୍ଟଙ୍କ ଯାଞ୍ଚ ରିପୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଧିକାରୀଙ୍କ ବିରୋଧରେ ବଡ ଧରଣର ଆକ୍ସନ ନେବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିର୍ଦ୍ଦେଶ ଦେଇଛନ୍ତି।

ତତ୍କାଳୀନ ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ, ଫିରୋଜପୁରର ତତ୍କାଳୀନ ଡିଆଇଜି ଇନ୍ଦ୍ରବୀର ସିଂ, ଏସଏସପି ହରମନଦୀପ ହଂସଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପଞ୍ଜାବର କେତେଜଣ ଆଇପିଏସଙ୍କ ବିରୋଧରେ ବି ଏହି ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।

ଏହି ଅଧିକାରୀମାନଙ୍କ ମଧ୍ୟରୁ କେତେକଙ୍କୁ ପଦରୁ ହଟାଇ ଦିଆଯାଇପାରେ, ଯେଉଁମାନେ ଅବସର ନେଇଛନ୍ତି, ସେମାନଙ୍କ ପେନସନ୍ କଟ୍ ଅଫ୍ ଏବଂ ଅନ୍ୟାନ୍ୟ ଅବସରକାଳୀନ ସୁବିଧା କଟାଯାଇପାରେ। ସେହିପରି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତ ଡ୍ୟୁଟି ଅଧିକାରୀଙ୍କଠାରୁ ମଧ୍ୟ ଲିଖିତ ରିପୋର୍ଟ ମାଗାଯାଇଛି।

Comments are closed.