ସ୍ଲୋବାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ଆଶୁ ଆରୋଗ୍ୟ କାମନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋବାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଗତକାଲି ଫିକୋଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦି ନିନ୍ଦା କରିବା ସହ ଫିକୋଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏକ୍ସ ପୋଷ୍ଟ ଯୋଗେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସ୍ୱୋବାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କୁ ଗୁଳିମାଡ଼ ଖବର ମୋତେ ଚକିତ କରିଛି। ଏହା ଦୁଃଖଦାୟକ ଏବଂ ଅତ୍ୟନ୍ତ ଭୟାନକ କାର୍ଯ୍ୟ। ଏପରି କାର୍ଯ୍ୟକୁ ମୁଁ ନିନ୍ଦା କରୁଛି। ଫିକୋଙ୍କ ଆରୋଗ୍ୟ କାମନା କରୁଛି।

Comments are closed.