ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନାମାଙ୍କନ ଭରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନାମାଙ୍କନ ଭରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିତ୍ୱ ଖାରଜ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କ ପ୍ରାର୍ଥିପତ୍ର ଖାରଜ କରି ଦିଆଯାଇଛି। ଏନେଇ ଶ୍ୟାମ ରଙ୍ଗୀଲା ଭିଡିଓ ବାର୍ତ୍ତା ଯୋଗେ ସୂଚନା ଦେଇଛନ୍ତି।

ଶ୍ୟାମ ରଙ୍ଗୀଲା ମେଦିଙ୍କ ବିପକ୍ଷରେ ଉତ୍ତର ପ୍ରଦେଶ ବାରଣାସୀରୁ ନାମାଙ୍କନ ଭରିଥିଲେ। ମେ ୧୪ରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ ଶ୍ୟାମ ରଙ୍ଗୀଲା। କିନ୍ତୁ ଗତକାଲି ତାଙ୍କ ପ୍ରାର୍ଥିପତ୍ର ଖାରଜ କରିଦିଆଯାଇଛି।ନାମାଙ୍କନ ଖାରଜ ହେବା ନେଇ ସେ ଏକ ଭିଡିଓ ବାର୍ତ୍ତା ଯୋଗେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବାରଣାସୀ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୬ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାଖ୍ୟାନ କରି ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କ ସମେତ ୧୫ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଚାଲିଛି।

Comments are closed.