ସାମ୍ବାଦିକ ସମ୍ମିଳନୀରେ ପଂଚାୟତର ବିଭିନ୍ନ ଘୋଟଲା ସମ୍ପର୍କରେ ଦିଆଗଲା ସୂଚନା
ବାଲେଶ୍ଵର(ଲଷ୍ମୀଧର ପ୍ରଧାନ) – ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଖୁଆଡ ପଂଚାୟତ ଯୁବ ସମାଜସେବୀ ଅଶ୍ରୁ୍ମୋଚନ ଘୋଷ , ପ୍ରବୀର ଦାସ, କାପୁର ହାଁସଦା, ମଧୁସୂଦନ ମଲ୍ଲିକ, ତପନ ସାହୁ ଙ୍କ ଆହ୍ୱାନ କ୍ରମେ ଏକ ସାମ୍ବାଦିକ ସମିଳନୀରେ ବିଭିନ୍ନ ଜନହିତକାରୀ କାର୍ଯ୍ୟର ଦୁର୍ନୀତି ସମ୍ପର୍କରେ ସୂଚନା ଦିଆଯାଇଛି | ନିମ୍ନରେ ଅଭିଯୋଗ ଗୁଡିକ ସମ୍ପର୍କରେ ପୂର୍ଣ୍ଣ ସୂଚନା ଦିଆଗଲା
୧ .ଗରିବ ଲୋକମାନଙ୍କ ଶବ ସତ୍କାର ପାଇଁ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନା ଆରମ୍ବ କରିଥିଲେ । ଏହାର ସମ୍ପୂର୍ଣ୍ଣ କ୍ଷମତା ସରପଞ୍ଚ ହାତରେ । ମାତ୍ର ଏହାର ଦୁରୁପଯୋଗ କରି 17 ଜଣ ମୃତ ଲୋକଙ୍କ ନାମରେ 2 ଥର ଟଂକା ଉଠାଣ ଏବଂ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ଟଙ୍କା ଉଠାଣ ଯାହାର RTI ରେ ତଥ୍ୟ ମିଳିଛି । ଏ ସମ୍ପର୍କରେ ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଖାଲି ତାରିଖ ପରେ ତାରିଖ ଗଡ଼େଇ ଚାଲିଛନ୍ତି ।
୨ .ମୋ ଗୁହାଳ ଚୟନ ରେ ଅନିୟମିତତା
୩ .ରେସନ କାର୍ଡ ହାତେଇଛନ୍ତି ଶିକ୍ଷକ, ହାର୍ବେଷ୍ଟର, ଟ୍ରାକ୍ଟର ଆଦି ଥିବା ଲୋକ ଅଥଚ ଯୋଗ୍ୟ ବ୍ୟକ୍ତି ଅଯୋଗ୍ୟ ବିବେଚିତ ।
୪.ସ୍ୱଚ୍ଛ ଭାରତ ଯୋଜନାରେ ଦୁର୍ନୀତି । ଲୋକଙ୍କର ପାଇଖାନା ନ ଥାଇ ମଧ୍ୟ ବିଲ୍ ଉଠାଣ ହେଇଛି ।
୫. ଭୁଲ ତଥ୍ୟ ଦେଇ ଜଙ୍ଗଲ ଜମିରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ।
୬. ପ୍ରଧାନମନ୍ତ୍ରୀ ଆବାସ ଚୟନରେ ଅନିୟମିତତା । ରାଜନୀତି ଚଞ୍ଚକତା କରି ଯୋଗ୍ୟ ବ୍ୟକ୍ତି ଅଯାଗ୍ୟ ବିବେଚିତ ।
୭. ଆକ୍ସନ ପ୍ଲାନ୍ ଗୋଟେ ଜାଗାରେ କାମ ଅନ୍ୟ ଜାଗାରେ ।
ଏଭଳି ବିଭିନ୍ନ ଦୁର୍ନୀତି ରେ ଅଭିଯୋଗ ସହିତ RTI ତଥ୍ୟ ସାମ୍ୱାଦିକ ସମ୍ମିଳନୀ ରେ ପ୍ରକାଶ କରାଯାଇଥିଲା
Comments are closed.