ବିଜେପିରେ ସାମିଲ ହେବେ ପ୍ରଶାନ୍ତ !

ବିଜେଡିରୁ ବହିଷ୍କୃତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ପଦ୍ମ ଧରିପାରନ୍ତି । ଆଜି ଅପରାହ୍ନରେ ସମୟରେ ସେ ବିଜେପି ଶିବିରରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଭୁବନେଶ୍ୱରସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ପଦ୍ମ ଧରି ପାରନ୍ତି ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି।

ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାର ଜଣେ ବାହୁବଳୀ ନେତା ଥିବା ବେଳେ ଚିଲିକାର ବିଧାୟକ ଥିଲେ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ବଡ଼ପୋଖରିଆ ଅଞ୍ଚଳରେ ହୋଇଥିବାରୁ ସମଗ୍ର ଜିଲ୍ଲାରେ ତାଙ୍କର ଭଲ ଦବଦବା ରହିଛି।

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କଲେଜର ଛାତ୍ର ସଂସଦ ସଭାପତି ପଦରୁ ସେ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ପରେ ଜିଲ୍ଲା ପରିଷଦ ସଭ୍ୟ ଓ ତା’ ପରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ପରିଷଦ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ବେଗୁନିଆରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜେଡି ଟିକେଟରୁ ବେଗୁନିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲ। ଏହାପରେ ୨୦୧୯ ମସିହାରେ ଚିଲିକାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲା। ସେଠାରୁ ମଧ୍ୟ ସେ ବହୁମତ ହାସଲ କରିଥିଲେ।

Comments are closed.