ଆସିଲା ଆକାଉଣ୍ଟକୁ ଟଙ୍କା

ନୂଆଦିଲ୍ଲୀ,: ଚାଷୀଙ୍କ ପାଇଁ ଖୁସି ଖବର । ଖାତାକୁ ଆସିଲା ଟଙ୍କା । PM KISAN ଯୋଜନାରେ କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧିନରେ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ କେନ୍ଦ୍ର ସରକାର । ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଆସିଛି। ଏହିପରି ଭାବେ ଦେଶର ମୋଟ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା ।

ସିଧାସଳଖ DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହୋଇଛି ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ PM Kisan Samman Nidhi Scheme ର ୧୬ତମ କିସ୍ତି ଆସିଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ଫେବୃଆରୀ ୨୮ରେ ଘୋଷଣା କରିଥିଲେ ।

Comments are closed.