ଫଟୋ ଉଠାଇବାରୁ ସାମ୍ବାଦିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଲେ ପୁଲିସ ଵାବୁ !!

ବାଲେଶ୍ଵର: ଓଡ଼ିଶାରେ ହରରିୟାଣା ପୋଲିସର ଦାଦାଗିରି । ସାମ୍ବାଦିକଙ୍କୁ ଠେଲାପେଲା କରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇଲେ । ବାଲେଶ୍ୱର ଖନ୍ତାପଡ଼ାରେ ଘଟିଛି ଏଭଳି ଘଟଣା । ତଦନ୍ତ ପାଇଁ ହରିୟାଣା ପୋଲିସ୍ ଖନ୍ତାପଡ଼ାର ଷଷ୍ଠୀ ଗାଁକୁ ଆସିଥିଲା । ଏକଥା ଜାଣି ସାମ୍ବାଦିକମାନେ ସେଠାରେ ପହଂଚି ଫଟୋ ଉଠାଇଥିଲେ । ହେଲେ ଏହାକୁ ନେଇ ରାଗିଯାଇଥିଲେ ହରିୟାଣା ପୋଲିସର ଅଧିକାରୀ ।

ପ୍ରଥମେ ପୋଲିସ୍ ଅଧିକାରୀ ଜଣକ ସାମ୍ବାଦିକଙ୍କୁ ପେଲାଠେଲା କରୁଛନ୍ତି, ଆଉ ହାତରେ ଧରିଛନ୍ତି ବନ୍ଧୁକ । ଏହି ଘଟଣାପରେ ନ୍ୟାୟ ଦାବିରେ ଗଣମାଧ୍ୟମର ପ୍ରତିନିଧିମାନେ ଧାରଣାରେ ବସିଛନ୍ତି । ଖନ୍ତାପଡ଼ା ଥାନାରେ ମଧ୍ୟ ଏନେଇ ଅଭିଯୋଗ କରାଯାଇଛି । ସଦର ଏସଡିପିଓ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Comments are closed.