ସୁନ୍ଦରତା ବୃଦ୍ଧି କରିବ ପୋଦିନା ପତ୍ର, ଜାଣନ୍ତୁ କେମିତି

ପୁଦିନା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଶୀତଳତା ମିଳଥାଏ । ଏହା ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଏ । ପୁଦିନା ପତ୍ରରେ ସାଲିସିଲିକ ଏସିଡ ମିଳିଥାଏ । ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର କରିବା ପାଇଁ ଏହା ସାହାଯ୍ୟ କରେ । ବ୍ରଣ ସମସ୍ୟା ଯୋଗୁଁ ଅନେକ ଲୋକ ସମସ୍ୟାରେ ପଡ଼ନ୍ତି, ଏପରିସ୍ଥିତିରେ ସେମାନେ ପୁଦିନା ପତ୍ର ବ୍ୟବହାର କରିପାରିବେ । ଏହା ଦ୍ୱାରା ତ୍ୱଚା କୋମଳ ହେବା ସହ ଦାଗ ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ପୁଦିନା ପତ୍ରକୁ କିପରି ବ୍ୟବହାର କରିବେ ।

ପୁଦିନା- ତୁଳସୀ:

ଯଦି ଆପଣ ବ୍ରଣ ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ପୁଦିନା ଏବଂ ତୁଳସୀ ପତ୍ରକୁ ମିଶାଇ ବ୍ୟବହାର କରନ୍ତୁ । ଉଭୟ ପତ୍ରର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପାଖାପାଖି ୨୦ ମିନିଟ ପର୍ଯ୍ୟନ୍ତ ମୁହଁରେ ଏହି ପେଷ୍ଟ ଲଗାନ୍ତୁ । ଏହା ପରେ ମୁହଁକୁ ପାଣିରେ ଧୋଇ ନିଅନ୍ତୁ ।

ପୁଦିନା ଏବଂ ଲେମ୍ବୁ ରସ:

ପୁଦିନା ପତ୍ରରେ ପାଣି ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ୱଚାରେ ଲଗାନ୍ତୁ । ୨୦ ମିନିଟ ପରେ ତ୍ୱଚାକୁ ସଫା ପାଣିରେ ଧୋଇ ନିଅନ୍ତୁ । ଏହା କରିବା ଦ୍ୱାରା ବ୍ରଣ ସମସ୍ୟା ଦୂର ହେବ ।

ପୁଦିନା ପତ୍ର ଏବଂ ମହୁ:

ମହୁ ଏବଂ ପୁଦିନା ପତ୍ର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକକୁ ମୁହଁ ଏବଂ ବେକ ତ୍ୱଚାରେ ଲଗାନ୍ତୁ । ପାଖାପାଖି ୩୦ ମିନିଟ ପରେ ଏହାକୁ ସଫା ପାଣିରେ ଧୋଇ ଭଲ ଭାବରେ ସଫା କରନ୍ତୁ । ଏହା କରିବା ଦ୍ୱାରା ତ୍ୱଚାରେ ଚମକ ଆସିବ ଏବଂ ଏହା ଦାଗରୁ ମଧ୍ୟ ମୁକ୍ତି ଦେଇଥାଏ ।

ପୁଦିନା ଏବଂ ଗ୍ରୀନ୍ ଟି:

ଗୋଟିଏ କପ ଗ୍ରୀନ୍ ଟି ପ୍ରସ୍ତୁତ କରନ୍ତୁ । ଏହାକୁ ଥଣ୍ଡା କରିବା ପରେ ସେଥିରେ ପୁଦିନା ପତ୍ର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପ୍ରାୟ ୨୦ ମିନିଟ ପାଇଁ ମୁହଁରେ ଲଗାନ୍ତୁ । ଏହା ପରେ ଚେହେରାକୁ ପାଣିରେ ଧୋଇ ଦିଅନ୍ତୁ । ଚେହେରା ସଫା ହୋଇଯିବ । ଏହି ନେଚୁରାଲ ପ୍ରଡକ୍ଟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଏ ।

ପୁଦିନା ପତ୍ର:

ପୁଦିନା ପତ୍ର ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ । ଏହି ପତ୍ରକୁ ଧୋଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ । ଶୁଖିବା ପରେ ଏହାକୁ ତ୍ୱଚାରୁ ବାହାର କରନ୍ତୁ । ଆପଣ ଏହାକୁ ସପ୍ତାହରେ ଦୁଇରୁ ତିନିଥର ବ୍ୟବହାର କରିପାରିବେ ।

Comments are closed.