ଏବେ ଓଡିଶା ହେବ ପ୍ଲାଷ୍ଟିକ ମୁକ୍ତ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ପରେ ଏବେ ଓଡ଼ିଶାରେ ପଲିଥିନ୍ ବ୍ୟାନ୍ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏନେଇ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସମସ୍ତ ମହାନଗର ନିଗମ ଓ ପୁରୀରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହେବ । ମଙ୍ଗଳବାର ସଚିବାଳୟରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପରିବେଶ ସଚେତନତା ବାର୍ତ୍ତା ଦେବା ସହିତ ପ୍ଲାଷ୍ଟିକ ନିଷିଦ୍ଧ ସମ୍ପର୍କରେ ଘୋଷଣା କରିଛନ୍ତି । ଆଗାମୀ ୨ ବର୍ଷ ମଧ୍ୟରେ ସାରା ଓଡ଼ିଶାରେ ପ୍ଲାଷ୍ଟିକ ପୁରାପୁରି ବନ୍ଦ ହେବ । ରାଜ୍ୟରେ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପକୁ ରାଜ୍ୟବାସୀ ପ୍ରଶଂସା କରିବାରେ ଲାଗିଛନ୍ତି ।

Comments are closed.