ପିଲାଚୋରୀ ସନ୍ଦେହରେ ମହିଳାଙ୍କୁ ପିଟି ହତ୍ୟା: ୧୨ ଗିରଫ

ହ୍ୱାଟ୍ସଆପରେ ପିଲାଚୋରୀ ଘଟଣାର ମିଥ୍ୟା ପ୍ରଚାର ହେବାପରେ ନିରୀହ ଲୋକମାନଙ୍କୁ ସନ୍ଦେହ କରି ହତ୍ୟା କରାଯାଉଛି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ସିଙ୍ଗରୌଲୀ ଅଞ୍ଚଳରେ ଦେଖିବାକୁ ମିଳିଛି, ଯେଉଁଠି ୨୫ ରୁ ୩୦ ବର୍ଷ ବୟସ୍କ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ପିଲାଚୋରୀ ସନ୍ଦେହରେ ଆକ୍ରମଣ କରି ହତ୍ୟା କରିଛନ୍ତି ଗ୍ରାମବାସୀ । ପରେ ମୃତ ଶରୀରକୁ ଜଙ୍ଗଲ ମଧ୍ୟରେ ଥିବା ଏକ ଡ୍ରେନରେ ଫୋପାଡି ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୨ ଜଣଙ୍କୁ ଗିରଫ କରିବା ସହିତ ଅଧିକ ତଥ୍ୟ ସଂଗ୍ରହ କରିବାରେ ଲାଗିପଡିଛି ।

Comments are closed.