ରାଜନୀତିରୁ ସନ୍ୟାସ ନେଲେ ପଟ୍ଟନାୟକ, କଲେ ବଡ଼ ଘୋଷଣା

ରାଜନୀତିରୁ ସନ୍ୟାସ ନେଲେ ନିରଞ୍ଜନ ପଟ୍ଟନାୟକ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରିଛନ୍ତି ବଡ଼ ଘୋଷଣା। କଂଗ୍ରେସ ଟିକେଟରୁ ଭଣ୍ଡାରିପୋଖରୀରୁ ଲଢି ପରାସ୍ତ ହେବର ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି।

ସେ କହିଛନ୍ତି, ‘ଚଳିତ ନିର୍ବାଚନବେଳେ କହିଥିଲି ଏହା ମୋର ଶେଷ ନିର୍ବାଚନ। କ୍ଷମତା ବା ସ୍ବାର୍ଥ ପାଇଁ କେବେ ଦଳ ପରିବର୍ତ୍ତନ କରିନି। ଆଉ ଏବେ ଭୋଟ ରାଜନୀତିରେ ଭାଗ ନ ନେବାକୁ ସ୍ଥିର କରିଛି। ତେଣୁ ବର୍ତ୍ତମାନ ରାଜନୀତିରୁ ସନ୍ୟାସ ନେଉଛି’।

Comments are closed.