ଡିସେମ୍ବର ୭ରୁ ଆରମ୍ଭ ହେବ ସଂସଦୀୟ ଶୀତ ଅଧିବେଶନ

ନୂଆଦିଲ୍ଲୀ: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।
ଟୁଇଟ୍‌ କରି ସେ କହିଛନ୍ତି: ୨୦୨୨ର ସଂସଦୀୟ ଶୀତକାଳୀନ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୨୩ ଦିନ ଧରି ହେବାକୁ ଥିବା ଏହି ଅଧିବେଶନରେ ସମୁଦାୟ ୧୭ଟି ବୈଠକ ବସିବ। ଅମୃତକାଳ ଚାଲିଥିବା ବ‌େଳେ ଏହି ଅଧିବେଶନରେ ଆଇନ ପ୍ରସ୍ତୁତି ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବ ବୋଲି ଆଶା। ଚଳିତ ଅଧିବେଶନରେ ଗଠନମୂଳକ ବିତର୍କ ମଧ୍ୟ ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଏଥର ଶୀତକାଳୀନ ଅଧିବେଶନରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପ୍ରଥମ ଥର ପାଇଁ ରାଜ୍ୟସଭା ଅଧିବେଶନ ପରିଚାଳନା କରିବେ।ଚଳିତ ଶୀତକାଳୀନ ଅଧିବେଶନରେ ସରକାର ଅନେକ ଚିଠା ପାରିତ କରିବାକୁ ଯୋଜନା କରିଛନ୍ତି। ସେହିପରି ବିରୋଧୀ ଦଳମାନେ ମଧ୍ୟ ସେ ସବୁ ଚିଠା ଉପରେ ଆଲୋଚନା କରିବାକୁ ଦାବି କରିବେ।

ଅଧିବେଶନର ପ୍ରଥମ ଦିବସରେ ସାଂସଦମାନେ ମୃତ ସାଂସଦମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରିବେ। ମୃତ ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ଦଳମତ ନିର୍ବିଶେଷରେ ଶ୍ରଦ୍ଧାଞ୍ଜଳି ପାଇଥିବା ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବ।

Comments are closed.