ଆତଙ୍କବାଦୀଙ୍କୁ ସପଟ କରୁଥିବ ଦେଶକୁ ଏମିତି କହିଲେ ମୋଦି
ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ‘ନୋ ମନି ଫର୍ ଟେରର୍ ମିନିଷ୍ଟରିୟାଲ୍ କନ୍ଫରେନ୍ସ୍’ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ଥାନ ବିଶେଷକୁ ଆଧାର କରି ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ପ୍ରତି ପ୍ରତିକ୍ରିୟାର ତୀବ୍ରତା ଭିନ୍ନ ହେବା ଅନୁଚିତ। ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ବିରୋଧରେ ସମାନ ପ୍ରତିକ୍ରିୟା ଓ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଆତଙ୍କବାଦ ମାନବତା, ସ୍ବାଧୀନତା ଓ ସଭ୍ୟତା ଉପରେ ଆକ୍ରମଣ ହୋଇଥିବାରୁ ବୈଶ୍ବିକ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ବିଭ୍ରାନ୍ତିକର ଦୃଷ୍ଟିଭଙ୍ଗୀର ସ୍ଥାନ ନାହିଁ।
ବିଶ୍ବ ଗୁରୁତ୍ବାରୋପ କରିବାର ବହୁ ପୂର୍ବରୁ ଆମ ଦେଶ ଆତଙ୍କବାଦର ନକାରାତ୍ମକ ଦିଗ ଉପଲବ୍ଧି କରିଛି। ଦଶନ୍ଧି ଦଶନ୍ଧି ହେବ ଆତଙ୍କବାଦ ବିଭିନ୍ନ ନାଁ ଏବଂ ରୂପରେ ଭାରତକୁ ଆଘାତ ଦେବାକୁ ଉଦ୍ୟମ କରିଛି। ଆମେ ଅସଂଖ୍ୟ ମୂଲ୍ୟବାନ ଜୀବନ ହରାଇ ମଧ୍ୟ ସାହସର ସହିତ ଆତଙ୍କବାଦର ମୁକାବିଲା କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Comments are closed.