ମା’ ତାରା ତାରିଣୀଙ୍କ ପୀଠରେ ପାର୍ବଣ ପୂଜା ଆରମ୍ଭ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ପୀଠରେ ପାର୍ବଣ ପୂଜା ପବିତ୍ର ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଛି। ଏହା ଦୀର୍ଘ ୧୬ଦିନ ଧରି ଚାଲି ଦଶହରାରେ ସମାପନ ହେବ। ଭାଦ୍ରବ ମାସ ଶୁକ୍ଳ ଅଷ୍ଟମୀରେ ମା’ ସୁଖ ଶୟନ କକ୍ଷକୁ ଯାଇଥିଲେ। ପବିତ୍ର ମୂଳାଷ୍ଟମୀରେ କଡ଼ଲେଉଟି ଉଠିଛନ୍ତି।

ମା’ ଉଠିବା ପରେ ତାଙ୍କର ପ୍ରତିମାକୁ ସ୍ନାନ ବେଦୀକୁ ଅଣାଯାଇଥିଲା। ମା’ଙ୍କ ସ୍ନାନ ନିମନ୍ତେ ପବିତ୍ର ଋଷକୂଲ୍ୟାରେ ପୂଜାର୍ଚ୍ଚନା କରି ସେବାୟତ ବୋହୂମାନେ ଆଣିଥିବା ବିଶୁଦ୍ଧ ଜଳରେ ସ୍ନାନ କରାଇ ପୁଣି ଗର୍ଭଗୃହକୁ ନିଆଯାଇ ସଙ୍କଟ ତାରିଣୀ ସହ ମହାସ୍ନାନ କରାଯାଇଥିଲା। ମା’ଙ୍କ ମୁଖ୍ୟ ପୁରୋହିତ ପଣ୍ଡିତ ସୀମାଞ୍ଚଳ ଦାଶ ସର୍ମା ପରମ୍ପରା ଅନୁସାରେ ସମସ୍ତ ପୂଜାର୍ଚ୍ଚନା କରି ରାତ୍ରରୁ ଚଣ୍ଡୀପାଠ ଓ ପୂଜା ଆରମ୍ଭ କରିଛନ୍ତି। ଏଥିରେ କର୍ତ୍ତା ଭାବେ ସେବାୟତ ସଂଘ ସଭାପତି ତପନ କୁମାର ରଣା ରହିଥିବା ବେଳେ ସେବାୟତ ବାପୁଜୀ ରଣା, ଧ୍ରୁବରଣାଙ୍କ ସମେତ ସମସ୍ତ ସେବାୟତ ପୂଜା କାର୍ଯ୍ୟରେ ଲାଗିଛନ୍ତି। ଏହି ଷୋହଳ ଦିନକୁ ଦୁଇଥର ଚଣ୍ଡୀପାଠ ହେବ। ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଆସି ମା’ଙ୍କ ଦର୍ଶନ କରିବା ସହ ଆଇନଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରିଛନ୍ତି।

Comments are closed.