ପାକିସ୍ତାନ ଆର୍ଥିକ ସ୍ଥିତି ବେହାଲ, ୩ବର୍ଷାରେ ସୁଝିବ ୭୭ ବିଲିୟମ

ନୂଆଦିଲ୍ଲୀ :ପାକିସ୍ତାନର ଖରାପ ଦିନ ଶେଷ ହେବାର ନାଁ ଧରୁନି। ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ବେହାଲ ହୋଇଗଲାଣି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଦାମ ଆକାଶ ଛୁଆଁ ହୋଇଥିବା ବେଳେ ଲୋକମାନେ ଆବଶ୍ୟକ ଜିନିଷ ପାଉ ନାହାନ୍ତି। ଏହାକୁ ନେଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ପାକିସ୍ତାନ ଏବେ ନୂଆ ସଙ୍କଟରେ ଫସିଛି।

ପାକିସ୍ତାନ ସରକାରଙ୍କୁ ୨୦୨୩ ଏପ୍ରିଲ ମାସରୁ ୨୦୨୬ ଜୁନ ମାସ ମଧ୍ୟରେ ମୋଟ ୭୭ ବିଲିୟନ ଡଲାରର ବିଦେଶୀ ଋଣ ପୈଠ କରିବାକୁ ପଡ଼ିବ। ଚାଇନା ଓ ସାଉଦି ଆରବକୁ ପାକିସ୍ତାନ ଏହି ଋଣ ବାବଦ ଅର୍ଥ ଦେବେ। ଯଦି ପାକିସ୍ତାନ ଏହାକୁ ପୈଠ ନ କରିପାରିବେ, ତା’ହେଲେ ଦେଶକୁ ଦେବାଳିଆ ମଧ୍ୟ ଘୋଷଣା କରାଯାଇ ପାରେ।

ଆମେରିକାର ଗୋଟିଏ ପ୍ରସିଦ୍ଧ ଥିଙ୍କଟ୍ୟାଙ୍କ ପକ୍ଷରୁ ପାକିସ୍ତାନର ଆର୍ଥିକ ସଙ୍କଟକୁ ନେଇ ରିପୋର୍ଟ ପ୍ରକାଶ କରାଯାଇଛି। ପୂରା ସ୍ଥିତିକୁ ବଶ୍ଲେଷଣ କରିବା ପରେ ୟୁନାଇଟେଡ ଷ୍ଟେଟସ ଇନଷ୍ଟିଚ୍ୟୁଟ ଅଫ ପିସ (ୟୁଏସ୍‌ଆଇପି) ପକ୍ଷରୁ ପାକିସ୍ତାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆକାଶ ଛୁଆଁ ମୁଦ୍ରାସ୍ଫୀତି, ରାଜନୀତିକ ଅସ୍ଥିରତା ଓ ବୃଦ୍ଧି ପାଉଥିବା ଆତଙ୍କବାଦ ଦ୍ୱାରା ପ୍ରଭାବିତ ପାକିସ୍ତାନ ଉପରେ ବିଦେଶୀ ଋଣର ଚାପ ବଢ଼ିବାରେ ଲାଗିଛି।

ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନ ଦେବାଳିଆ ମଧ୍ୟ ଘୋଷିତ ହୋଇପାରେ। ଦେଶ ବଡ଼ଧରଣର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ବିଦେଶୀ ଋଣ ଚାପ, ସ୍ଥାନୀୟ ମୁଦ୍ରା ଦୁର୍ବଳ ହେବା ଓ ବିଦେଶୀ ମୁଦ୍ରା ପାଣ୍ଠି ହ୍ରାସ ପାଇବା ସମସ୍ୟାକୁ ଦୁଇ ଗୁଣ ବଢ଼ାଇ ଦେଇଛି। ୩୫୦ ବିଲିୟନ ଡଲାର ଅର୍ଥନୀତିର ଦେଶ ପାକିସ୍ତାନକୁ ୨୦୨୬ ଜୁନ ମାସ ସୁଦ୍ଧା ୭୭.୫ ବିଲିୟନ ଡଲାରର ଋଣ ପୈଠ କରିବାକୁ ପଡ଼ିବ।

Comments are closed.