ବିରୋଧୀ ମୋ ମୃତ୍ୟୁକୁ ଅପେକ୍ଷା କରିଛନ୍ତି,, ମୋଦି

ନୂଆଦିଲ୍ଲୀ: ଉତ୍ତରପୂର୍ବ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମେଘାଳୟ ରାଜଧାନୀ ଶିଲଂରେ ନିର୍ବାଚନ ରୢାଲି କରି କଂଗ୍ରେସର ‘ମୋଦୀ ତେରୀ କବ୍ର ଖୁଦେଗି’ ସ୍ଲୋଗାନର କଡ଼ା ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କ ଦ୍ବାରା ପରିତ୍ୟକ୍ତ ହୋଇଥିବା କିଛି ଲୋକ ଏତେ ହତାଶାରେ ବୁଡ଼ି ରହିଛନ୍ତି ଯେ ସେମାନେ କହୁଛନ୍ତି, ‘ ମୋଦୀ ତୁମର କବର ଖୋଳାଯିବ’, କିନ୍ତୁ ଦେଶର ଲୋକମାନେ କହୁଛନ୍ତି, ‘ମୋଦୀ ତୁମର ପଦ୍ମ ଫୁଟିବ।’ କିଛି ବିରୋଧୀ ଦଳ ମୋର ମୃତ୍ୟୁକୁ ଅପେକ୍ଷା କରିଛନ୍ତି ଏବଂ ଏଭଳି ବ୍ୟକ୍ତିଙ୍କୁ ଦେଶବାସୀ ସଠିକ୍‌ ଜବାବ ଦେବେ। ମୋଦୀ କହିଛନ୍ତି, ଦେଶର ପ୍ରତିଟି କୋଣରେ ଲୋକମାନେ କହୁଛନ୍ତି, ମୋଦୀ ତୁମର ପଦ୍ମ ଫୁଟିବ।

ରୢାଲି ପୂର୍ବରୁ ମୋଦୀ ଆଜି ଶିଲଂରେ ଏକ ରୋଡ୍‌ସୋ କରିବା ସହ ପଶ୍ଚିମ ମେଘାଳୟର ତୁରାରେ ଏକ ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି। ମୋଦୀ ମଧ୍ୟ ନାଗାଲାଣ୍ଡର ଦିମାପୁରରେ ଆଜି ଏକ ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି। ପୂର୍ବ କଂଗ୍ରେସ ସରକାର ଉପରେ ବର୍ଷି ମୋଦୀ କହିଛନ୍ତି, ସେମାନେ ଉତ୍ତରପୂର୍ବରେ ସମସ୍ତ ରାଜ୍ୟକୁ ଏଟିଏମ୍‌ ବୋଲି ଧରିନେଇଥିଲେ ଏବଂ ସମଗ୍ର ଅଞ୍ଚଳ ଏବେ କଂଗ୍ରେସକୁ ଏହାର ପାପ ପାଇଁ ଦଣ୍ଡ ଦେଉଛି। ଉତ୍ତରପୂର୍ବ କଂଗ୍ରେସ ଶାସନରେ କେବଳ ପ୍ରତାରଣା ହିଁ ପାଇଥିଲା ବୋଲି ମୋଦୀ କହିଛନ୍ତି।

Comments are closed.