ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ, ନିୟମରେ ବଡ଼ ପରିବର୍ତ୍ତନ କଲେ ଓମ ବିର୍ଲା

ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ। ଏନେଇ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଲୋକ ସଭା ବାଚସ୍ପତି ଓମ ବିର୍ଲା ଏଥିପାଇଁ ନିୟମରେ ବଡ଼ ସଂଶୋଧଡ଼ କରିଛନ୍ତି। ନବ ନିର୍ବାଚିତ ଏମପିମାନେ ଶପଥ ଗ୍ରହଣ କରିବା ଦେଇଥିବା ସ୍ଲୋଗାନକୁ ଦୃଷ୍ଟିରେ ରଖି ବିର୍ଲା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଗୃହର ସଦସ୍ୟ ଭାବରେ ଶପଥ ଗ୍ରହଣ କରିବା ସମୟରେ ନିର୍ବାଚିତ ଏମପି କୌଣସି ନାରାବଜି ଦେଇ ପାରିବେ ନାହିଁ।

Comments are closed.