ନିରାକାରପୁର ଷ୍ଟେସନ ପ୍ଲାଟଫର୍ମରେ କୁକୁର କାମୁଡାରେ ଜଣେ ଆହତ

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ନିରାକାରପୁର ରେଳ ଷ୍ଟେସନ ପ୍ଲାଟଫର୍ମରେ କୁକୁର କାମୁଡାରେ ଜଣେ ଆହତ।ଆହତ ଜଣଙ୍କ ସ୍ଥାନୀୟ ଷ୍ଟେସନ ବଜାର ରାହୁଳହଜର ନବଘନ ପରୀଡା।ନବଘନ ସକାଳୁ ଝାଡା ଯାଇଥିଲେ ।ପ୍ଲାଟଫର୍ମରେ ଚାଲି ଚାଲି ଆସୁଥିବାବେଳେ ଏକ କୁକୁର ହଠାତ ନବଘନଙ୍କର ଗୋଟିଏ ହାତର ପାପୂଲିକୁ କାମୁଡି ଦେଇଥିଲା ଅନ୍ୟ ହାତରେ ନବଘନ କୁକୁର ଠାରୁ ବଂଚିବା ପାଇଁ ଚେଷ୍ଟା କରୁଥିଲା ବେଳେ କୁକୁରଟି ଅନ୍ୟ ହାତକୁ ମଧ୍ୟ ଖୁବ ଜୋରରେ କାମୁଡି ମାଂସ ବାହାର କରି ଦେଇଥିବା ଜଣାପଡିଛି।ନବଘନ ଜୀବନ ବିକଳର ପାଟି କରିବାରୁ ଲୋକେ ପହଞ୍ଚି କୁକୁରକୁ ବାଡେଇ ବାରୁ କୁକୁର ଟି ନବଘନଙ୍କୁ ଛାଡିଥିଲା।କୁକୁର କାମୁଡାରେ ତାଙ୍କ ହାତରୁ ରକ୍ତଶ୍ରାବ ହୋଇଥିଲା । ସଗେଂ ସଗେଂ ୧୦୮ଆମ୍ବୁଲାନ୍ସ ଡାକି ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Comments are closed.