ମାଓବାଦି କହି ଚାନ୍ଦା ଅସୁଲ ଘଟଣାରେ ଜଣେ ଗିରଫ , ବନ୍ଧୁକ ଜବତ

ଜୁନାଗଡ଼(ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ମାଓବାଦୀ ନାଁରେ ଚାନ୍ଦା ଅସୁଲି ଅଭିଯୋଗ l ପୋଲିସ୍ କବଜାରେ ଯୁବକ | ନକଲି ମାଓବାଦୀ ଙ୍କ ନାଁରେ ବନ୍ଧୁକ ଦେଖାଇ ଜଣେ ଠିକାଦାରକୁ ଦାଦା ବଟି ଆଦାୟ ଅଭିଯୋଗରେ ଜଣେ ଗିରଫ । ଗିରଫ ଯୁବକ ଜଣକ ହେଲେ ଗୋଲାମୁଣ୍ଡା ଥାନା ପିତାଗୁଡା ଗ୍ରାମର ସୁବାଷ ମାଝୀ (୩୪) । ଯୁବକ ଠାରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ଗୋଲାମୁଣ୍ଡା ପୋଲିସ । ପୂର୍ବରୁ ଏହି ଯୁବକ ମାଓବାଦିଙ୍କ ସହ ମିଶି ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଥିବା ଜଣା ପଡିଛି l ଗିରଫ ଯୁବକ ଜଣକ ମାଓ ପ୍ରବଣ ଅଞ୍ଚଳ ଚୁରାପାହାଡ ପାଦ ଦେଶର ହୋଇଥିବା ଜଣାଯାଏ ଅନ୍ୟ ପଟେ ପୂର୍ବରୁ ଏହି ଅଞ୍ଚଳରେ ଅନେକ ମାଓକାର୍ଯ୍ୟ କଲାପ ଦେଖିବାକୁ ମିଳିଥିଲା  l

Comments are closed.