ପୁଣି ଥରେ ମୋଦୀଙ୍କ ପ୍ରଶଂସାରେ ସତ୍ ମୁଖ ହେଲେ ପୁଟିନ

ମସ୍କୋ/ନୂଆଦିଲ୍ଲୀ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ପୁଟିନ କହିଛନ୍ତି, ଭାରତ କିମ୍ବା ଭାରତୀୟ ଲୋକଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟାନୁଷ୍ଠାନ କିମ୍ବା ନିଷ୍ପତ୍ତି ନେବା ପାଇଁ ମୋଦିଙ୍କୁ ଡରାଇବା, ଧମକ ଦେବା ମୁଁ କେବେ କଳ୍ପନା କରିପାରିବି ନାହିଁ। ଯଦିଓ ମୁଁ ଜାଣେ ତାଙ୍କ ଉପରେ ଏପରି ଚାପ ଅଛି।
ରୁଷିଆ କଲିଂ ଫୋରମ କାର୍ଯ୍ୟକ୍ରମରେ ପୁଟିନ ଆହୁରି କହିଛନ୍ତି, ମୁଁ କେବଳ ବାହାରୁ କଣ ଘଟୁଛି ଦେଖୁଛି। ସତ କହିବାକୁ ଗଲେ, ଭାରତୀୟ ଲୋକଙ୍କ ଜାତୀୟ ସ୍ବାର୍ଥ ରକ୍ଷା ପାଇଁ ମୋଦିଙ୍କ କଠୋର ଆଭିମୁଖ୍ୟ ମୋତେ ବେଳେବେଳେ ଆଶ୍ଚର୍ଯ୍ୟ କରିଦିଏ। ମୁଁ କହିବାକୁ ଚାହେଁ ରୁଷିଆ ଏବଂ ଭାରତ ମଧ୍ୟରେ ସମ୍ପର୍କ ସବୁ ଦିଗରେ ବିକାଶ ହେଉଛି। ବିଶେଷ କଥା ହେଉଛି ଏହାର ମୁଖ୍ୟ ଗ୍ୟାରେଣ୍ଟି ହେଉଛି ପିଏମ ମୋଦିଙ୍କ ନୀତି। ପ୍ରଧାନମନ୍ତ୍ରୀ ମୋଦି କ୍ରମାଗତ ଭାବରେ ଭାରତର ସ୍ବାର୍ଥରେ ନିଷ୍ପତ୍ତି ନେଉଛନ୍ତି।
ଚଳିତ ବର୍ଷ ଅକ୍ଟୋବର ୪ରେ ପୂର୍ବାଞ୍ଚଳ ଅଥନୈତିକ ଫୋରମର ଅଷ୍ଟମ ସମ୍ମିଳନୀରେ ପୁଟିନ ମୋଦି ଏବଂ ମେଡ ଇନ ଇଣ୍ଡିଆକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ନରେନ୍ଦ୍ର ମୋଦି ଜଣେ ବୁଦ୍ଧିମାନ ବ୍ୟକ୍ତି। ତାଙ୍କ ନେତୃତ୍ୱରେ ଭାରତ ବିକାଶ କ୍ଷେତ୍ରରେ ବହୁତ ଅଗ୍ରଗତି କରୁଛି। ଏହି ଏଜେଣ୍ଡା ଉପରେ କାର୍ଯ୍ୟ କରିବା ଉଭୟ ଭାରତ ଏବଂ ରୁଷିଆର ସ୍ବାର୍ଥ ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି।

Comments are closed.