ଆଜି ଠାରୁ ଭକ୍ତଙ୍କ ପାଇଁ ବଡ ଦାଣ୍ଡରେ ଆରମ୍ଭ ହେଲା ସେଡ କାମ

ପୁରୀ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ହେବ ସେଡ୍ ବ୍ୟବସ୍ଥା। ଖରା, ବର୍ଷା ଓ ଗୁଳୁଗୁଳିରୁ ରକ୍ଷା ପାଇବେ ଭକ୍ତ । ବଡ଼ ଦାଣ୍ଡରେ ଏସି ,ସଡ୍ ପାଥ୍ ୱେ ନିର୍ମାଣର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମରିଚିକୋଟ ଛକ ଯାଏ ଦୁଇ ପାର୍ଶ୍ବରେ ହେବ ଏସି ସେଡ୍ ବ୍ୟବସ୍ଥା । ଷ୍ଟେନ୍ ଲେସ୍ ଷ୍ଟିଲରେ ପାଥ୍ ୱେ ତିଆରି ହେବ।

ଏହା ଭିତରେ ଭକ୍ତଙ୍କ ବସିବା ପାଇଁ ସ୍ଥାନ ରହିବା ସହ ପାନୀୟଜଳ, ସୂଚନା ପ୍ରଦାନ ପାଇଁ ମାଇକ ବ୍ୟବସ୍ଥା କରାଯିବ। ଫଳରେ ଭକ୍ତମାନେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଭିତର ନୀତିକାନ୍ତି ବିଷୟରେ ଜାଣିପାରିବେ। ଡିସେମ୍ବର ୨୫ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭକ୍ତଙ୍କ ସୁବିଧା ପାଇଁ ଏସି ସେଡ୍ ପାଥ୍ ୱେକୁ ସେବାୟତମାନେ ସ୍ବାଗତ କରିଛନ୍ତି । ବ୍ୟାରିକେଡ ତୁଳନାରେ ସେଡ଼ରେ ରହିବ ଅନେକ ସୁବିଧା। ଯାହାକୁ ନେଇ ପର୍ଯ୍ୟଟକ ସ୍ବାଗତ କରିବା ସହ ଏପରି ଏକ ଅଭିନବ ପରିକଳ୍ପନାକୁ ପ୍ରଶଂସା କରିଛନ୍ତି।

ତେବେ ଏହି ନୂତନ ସେଡ଼ ନିର୍ମାଣ ଦ୍ୱାରା ବଡ଼ଦାଣ୍ଡ ପାର୍ଶ୍ଵରେ ଥିବା ଦୋକାନୀ ଯେପରି ବିଶେଷ ପ୍ରଭାବିତ ନ ହୁଅନ୍ତି ସେ ଦିଗରେ ଧ୍ୟାନ ଦେବାକୁ ମତ ପ୍ରକାଶ ପାଇଛି। ଶ୍ରୀକ୍ଷେତ୍ରର ବିକାଶ ତଥା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଏହି ଶୀତତାପ ସେଡେଡ଼ ଚଲାପଥ ବଡଦାଣ୍ଡର ଡ୍ରେନ ଠାରୁ ପ୍ରାୟ ୫ମିଟର ପରେ ନିର୍ମାଣ ହେଉଛି । ସେପଟେପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଓ ସ୍ଥାୟୀ ସେଡ ପାଇଁ ଉଛେଦ ହେଉଛି ଶ୍ରୀନହର ପାର୍ଶ୍ଵରେ ଥିବା ନରେନ୍ଦ୍ର ମହଲା ।

Comments are closed.