ଓଡ଼ିଶାକୁ ମିଳିଲା ବିପର୍ଯ୍ୟୟ ପରିଚାଳନା ପୁରସ୍କାର
ଲୁଙ୍ଗଲେଇ ଦମକଳ ଷ୍ଟେସନର କର୍ମଚାରୀଙ୍କୁ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଥିଲେ। ପୁରସ୍କାର ବାବଦରେ ଓଡ଼ିଶାକୁ ୫୧ ଲକ୍ଷ ଟଙ୍କାର ଅର୍ଥରାଶି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ନେତାଜୀଙ୍କ ଜୟନ୍ତୀ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ପୁରସ୍କାର ପାଇଁ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କ ଠାରୁ କେନ୍ଦ୍ର ସରକାର ଆବେଦନ ଗ୍ରହଣ କରିଥାନ୍ତି। ଚଳିତବର୍ଷ ଓସ୍ଡମାକୁ ଅନୁଷ୍ଠାନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି।
ଓଡ଼ିଶାକୁ ପୁରସ୍କାର ପ୍ରଦାନ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଲେ, ଏହା ଓଡ଼ିଶା ପାଇଁ ଗୌରବର ବିଷୟ। ୧୯୯୯ ମହାବାତ୍ୟାରେ ଓଡ଼ିଶାର ଅନେକ ଧନ ଜୀବନ ନଷ୍ଟ ହୋଇଥିଲା। ଆମକୁ ଏହା ଅନେକ କିଛି ଶିକ୍ଷା ଦେଇଥିଲା। ଆମେ ପ୍ରଥମେ ଓଡ୍ରାଫ୍ ଟିମ ଗଠନ କରିଥିଲୁ। ଓଡ଼ିଶା ପ୍ରଥମ ରାଜ୍ୟ ଯିଏ କି ଅଗ୍ନିଶମ ବିଭାଗକୁ ମଲ୍ଟି ଟାସ୍କିଂ ଫୋର୍ସ ଭାବେ ବ୍ୟବହାର କରୁଛି। ଏହି ସମ୍ମାନ ନିଶ୍ଚିତଭାବେ ଆମକୁ ଆଗକୁ ଆହୁରି କାମ କରିବାକୁ ସାହସ ଦେବ ବୋଲି ସେ କହିଥିଲେ। ଓସ୍ଡମା ୧୯୯୯ରେ ସ୍ଥାପନ କରାଯାଇଥିଲା। ଏହା ହୁଡହୁଡ, ଫନି, ଅମ୍ପାନ ବାତ୍ୟା ସମେତ ୨୦୨୦ ବନ୍ୟା ମୁକାବିଲାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ବହୁ ଧନଜୀବନର ସୁରକ୍ଷା କରିପାରିଛି। ଏନ୍ପିଡିଆର୍ଆର୍ର ତୃତୀୟ ଅଧିବେଶନର ଉଦ୍ଘାଟନ ସମାରୋହରେ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।