IAS ସ୍ତରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର, ବ୍ୟୁରୋ : ଆଇଏଏସ ସ୍ତରରେ ଆଜି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ହୋଇଛନ୍ତି ଆର୍. ଭିନିଲ କ୍ରିଷ୍ଣା । ସେହିପରି କେନ୍ଦ୍ରାପଡାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁରୀର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ବଳୱନ୍ତ ସିଂ ହୋଇଛନ୍ତି ଓଡିଶା ଖଣି ନିଗମର ଏମଡି ଭାବେ ଦାୟିତ୍ୱ ମିଳିଛି ।
ଅମ୍ରିତ ଋତୁରାଜ ହୋଇଛନ୍ତି କେନ୍ଦ୍ରପଡାର ନୂଆ ଜିଲ୍ଲାପାଳ । ଏହା ସହ ପାରୁଲ ପଟୁଆରି ହୋଇଛନ୍ତି ପୂର୍ତ୍ତ ବିଭାଗର ଡେପୁଟି ସଚିବ । ଯାଜପୁରର ପିଡିଡିଆରଡିଏ ହୋଇଛନ୍ତି ବିଶାଲ ସିଂ । ସରୋଜ କୁମାର ମିଶ୍ର ହୋଇଛନ୍ତି ରାୟଗଡର ଜିଲ୍ଲାପାଳ । ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ପ୍ରମୋଦ ବେହେରା ।
Comments are closed.