ନୂଆ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତୋଟି ଜିଲ୍ଲା ପାଇଁ ଏହି ସୁବିଧା ?

ଭୁବନେଶ୍ୱର, ବ୍ୟୁରୋ : କରୋନା କଟକଣା ମାନି ଆଜି ଲୋକମାନେ ଘରେ ରହି ନୂଆବର୍ଷ ପାଳନ କରୁଛନ୍ତି । ଟ୍ୱିଟ୍ ଜରିଆରେ ରାଜ୍ୟବାସୀଙ୍କ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆବର୍ଷ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ ବୋଲି ସେ କହିଛନ୍ତି । ଏହାରି ମଧ୍ୟରେ ନୂଆ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ ସେବାର ଭିସି ଜରିଆରେ ସେ ଶୁଭାରମ୍ଭ କରିଛନ୍ତି ।

ତେବେ ରାଜ୍ୟର ୨୭ ଜିଲ୍ଲାକୁ ନୂଆ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ବାଲେଶ୍ୱର ଜିଲ୍ଲାକୁ ଯିବ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯୋଗାଇଦିଆଯିବ । ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବ୍ୟୟରେ ଏହି ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି ।

Comments are closed.