ଯକ୍ଷ୍ମା ନିରାକରଣ ପାଇଁ ଓଡିଶା ପୁରସ୍କୃତ

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ । ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡିଶା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛି ଓଡିଶା । ଦିଲ୍ଲୀରେ ପୁରସ୍କାର ଗ୍ରହଣ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ତେବେ ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଜାତୀୟ ଯକ୍ଷ୍ମା ନିରାକରଣର ଜିଲ୍ଲା ୟୁନିଟ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ ସହ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି । ବାଲୁକାଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ଵାରା ଯକ୍ଷ୍ମା ସଚେତନତା ବାଲୁକା ଶିଳ୍ପ ପ୍ରଦର୍ଶିତ ହୋଇଥିଲା । ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଯକ୍ଷ୍ମା ବିଭାଗ ଏଡିପିଏଚଓ ଡଃ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସାରା ରାଜ୍ୟରେ ଯକ୍ଷ୍ମା ସଂକ୍ରମଣରେ ଜିଲ୍ଲାର ସ୍ଥାନ ଗତବର୍ଷ ୧୪ ସ୍ଥାନରେ ଥିବାବେଳେ ଗତ ତିନି ମାସରେ ୨୨୧ ଜଣ ଯକ୍ଷ୍ମା ଆକ୍ରାନ୍ତ ଚିହ୍ନଟ କରାଯାଇଛି ।

Comments are closed.