ପ୍ରକାଶ ପାଇଲା ଓସିଏସ ପରୀକ୍ଷା ଫଳ

କଟକ – ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌)-୨୦୨୦ର ଲିଖିତ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୭୮୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୮୭ ଜଣ ମହିଳା ରହିଛନ୍ତି। ତେବେ ପରୀକ୍ଷାର୍ଥୀମାନେ ନିଜ ପରୀକ୍ଷା ଫଳ ଓପିଏସ୍‌ସି ୱେବ୍‌ସାଇଟ୍‌ରେ ଦେଖିପାରିବେ। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କର ରୋଲ୍‌ ନମ୍ବର ଓପିଏସ୍‌ସି ୱେବ୍‌ସାଇଟରେ ରହିଛି।

ଆସନ୍ତା ୧୯ ତାରିଖଠାରୁ ଓପିଏସ୍‌ସି କାର୍ଯ୍ୟାଳୟରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ସାକ୍ଷାତକାର ପ୍ରକ୍ରିୟା ହେବ। ଏହି ପ୍ରକ୍ରିୟାର ସମ୍ପୂର୍ଣ୍ଣ ସୂଚୀ ଖୁବ୍‌ଶୀଘ୍ର ବିଜ୍ଞପ୍ତି ମାଧ୍ୟମରେ ପରୀକ୍ଷାର୍ଥୀମାନଙ୍କୁ ଅବଗତ କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ସୂଚନା ମିଳିଛି।

Comments are closed.