ଓବାମାଙ୍କୁ ଋଷ୍ ମନା, ଜାଣନ୍ତୁ କାହିଁକି

0

ମସ୍କୋ: ୱାସିଂଟନ୍‌ ଜାରି କରିଥିବା କଟକଣାର ପ୍ରତ୍ୟୁତ୍ତରରେ ରୁଷ୍‌ ଶୁକ୍ରବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସମେତ ୫୦୦ ଆମେରିକୀୟଙ୍କୁ ନିଷିଦ୍ଧ ଘୋଷଣା କରିଛି। ଅର୍ଥାତ୍‌ ସେମାନେ ରୁଷ୍‌ ଆସିପାରିବେ ନାହିଁ।ରୁଷ୍‌ର ବୈଦେଶିକ ମନ୍ତ୍ରାଳୟ କହିଛି, ବାଇଡେନ୍‌ ପ୍ରଶାସନ ନିୟମିତ ଜାରି କରୁଥିବା ରୁଷ୍‌-ବିରୋଧୀ କଟଣାର ଜବାବସ୍ବରୂପ ୫୦୦ ଆମେରିକୀୟଙ୍କୁ ରୁଷ୍‌ ପ୍ରବେଶ ମନା। ଏହି ତାଲିକାରେ ଓବାମା ମଧ୍ୟ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ ଉପରେ ଆକ୍ରମଣ ଚଳାଇଥିବା ରୁଷ୍‌ର ଅର୍ଥନୀତିକୁ ଅବରୁଦ୍ଧ କରିବା ଉଦ୍ୟମ ଅଧିକ ସମ୍ପ୍ରସାରଣ କରିବାକୁ ଯାଇ ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଆହୁରି ଅନେକ ରୁଷୀୟ କମ୍ପାନି ଓ ବ୍ୟକ୍ତିବିଶେଷଙ୍କୁ ନିଷିଦ୍ଧ ତାଲିକାଭୁକ୍ତ କରିଛି।

ଏଥିରେ ପ୍ରତିକ୍ରିୟା ବ୍ୟକ୍ତ କରି ରୁଷ୍‌ର ବୈଦେଶିକ ମନ୍ତ୍ରାଳୟ କହିଛି, ରୁଷ୍‌ ବିରୋଧରେ ଗ୍ରହଣ କରାଯାଉଥିବା ପ୍ରତ୍ୟେକ ପ୍ରତିରୋଧୀ ପଦକ୍ଷେପର ପ୍ରତ୍ୟୁତ୍ତର ଦିଆଯିବ ବୋଲି ୱାସିଂଟନ୍‌ ବହୁଦିନ ଆଗରୁ ଜାଣିବା ଉଚିତ।

ରୁଷ୍‌ ନିଷିଦ୍ଧ ଘୋଷଣା କରିଥିବା ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଟେଲିଭିଜନ୍‌ ଉପସ୍ଥାକ ଷ୍ଟିଫେନ୍‌ କଲ୍‌ବର୍ଟ, ଜିମ୍ମି କିମେଲ୍‌ ଏବଂ ସେଥ୍‌ ମିୟେର୍ସ ମଧ୍ୟ ଅଛନ୍ତି। ସେହିପରି, ‘ସିଏନ୍‌ଏନ୍‌’ ଉପସ୍ଥାପକ ଏରିନ୍‌ ବର୍ଣ୍ଣେଟ୍‌ ଏବଂ ‘ଏମ୍‌ଏସ୍‌ଏନ୍‌ବିସି’ ଉପସ୍ଥାପକ ରାଚେଲ୍‌ ମ୍ୟାଡୋ ଏବଂ ଜୋ ସ୍କାର୍‌ବରୋଙ୍କୁ ମଧ୍ୟ ଉକ୍ତ ତାଲିକାରେ ସାମିଲ କରାଯାଇଛି।

Leave A Reply

Your email address will not be published.