ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପାତ୍ର ଦାଖଲ

ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଜୋରସୋର ସରଗରମ ହେଲାଣି ରାଜନୀତି | ଗାଁ ଗାଁ ରେ ନିର୍ବାଚନୀ ତାତି ବଢ଼ିଲାଣି | ଆଜି ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଆଶାୟୀ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ପ୍ରାଥୀମାନେ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ପରିଷଦ ପ୍ରାଥୀ, ବ୍ଲକ ଅଫିସ ରେ ସମିତି ସଭ୍ୟ ପ୍ରାଥୀ ମାନେ କୋଭିଡ କଟକଣା ଭିତରେ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି | ଏଥର ନିର୍ବାଚନ ପ୍ରଚାରରେ ଡିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦେବା ସହ ନିର୍ବାଚନୀ ସଭା କୁ ବାରଣ କରାଯାଇଛି |

Comments are closed.