ରାଷ୍ଟ୍ରପତିଙ୍କୁ ଦୁର୍ବ୍ୟବହାର ନେଇ କୌଣସି ଲିଖିତ ଅଭିଯୋଗ ଆସିନାହିଁ : ମୁଖ୍ୟ ପ୍ରଶାସକ

ବର୍ତମାନ ଗଣମାଧ୍ୟମରେ ଏବଂ ସମଗ୍ର ରାଜ୍ୟରେ ଚର୍ଚ୍ଚା ହେଉଥିବା ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ବା ଦୁର୍ବ୍ୟବହାର ପ୍ରସଙ୍ଗ ଉପରେ ମୁହଁ ଖୋଲିଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର । ତାଙ୍କ କହିବା ଅନୁଯାୟୀ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଗତ ମାର୍ଚ୍ଚ ୧୮ ତାରିଖ ଦିନ ସେବାୟତଙ୍କ ପକ୍ଷରୁ ହୋଇଥିବା ବ୍ୟବହାରକୁ ନେଇ ସେଭଳି କୌଣସି ଲିଖିତ ନିର୍ଦ୍ଧେଶ ହସ୍ତଗତ ହୋଇନାହିଁ । ମୁଖ୍ୟ ପ୍ରଶାସକଙ୍କ ଏହି ବୟାନ ପରେ ପ୍ରଶ୍ନ ଉଠେ ଯେ ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ ବିନା କିଭଳି ଏପରି ସମ୍ବେଦନଶୀଳ ବିଷୟର ପ୍ରଚାର ଗଣମାଧ୍ୟମରେ ହେଉଛି ??
ଏଭଳି ମିଥ୍ୟା ତଥ୍ୟ ଯଦି ବାରମ୍ବାର ସର୍ବସାଧାରଣରେ ଖେଳିଯାଏ ତେବେ ମନ୍ଦିରର ସମ୍ମାନ ହାନି ହେବା ସହ ଭକ୍ତ ମାନଙ୍କର ସେବାୟତ ମାନଙ୍କ ପ୍ରତି ଘୃଣା ଭାବ ଜାଗ୍ରତ ହେବ । କିଏ ଜାଣିଚି, ହୁଏତ କୌଣସି ରାଜନୈତିକ ପ୍ରଭାବରେ ବର୍ତ୍ତମାନର ଶାସନରେ ଥିବା ସରକାରଙ୍କୁ ବଦନାମ କରିବାର ଏକ ଘୃଣ୍ୟ ପଦକ୍ଷେପ ହୋଇଥାଇପାରେ ।

Comments are closed.