ଡେଭିଟ୍ କାର୍ଡର ନୂଆ ନିୟମ, ଅନ୍ୟକେହି ଉଠେଇପାରିବେନି ଟଙ୍କା

କୌଣସି ଅସୁବିଧା ବଶତଃ ଯଦି ଆପଣ ନିଜର ଡେଭିଟ୍ କାର୍ଡ ଅନ୍ୟକୁ ଦେଇ ଟଙ୍କା ଉଠାଇବାପାଇଁ ଚାହୁଁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏହା ଦ୍ୱାରା ଆପଣ କ୍ଷତିରେ ପଡି ପାରନ୍ତି । ନିଜକୁ ଛାଡି ପିତା ମାତା, ପତି କିମ୍ବା ବନ୍ଧୁବାନ୍ଧବୀମାନେ ଏହାର ଉପଯୋଗ କରିିପାରିବେ ନାହିଁ । ଏପରି ଏକ ଘଟଣାର ଶିକାର ହୋଇଛନ୍ତି ବେଙ୍ଗାଲୁରୁ ର ବନ୍ଦନା ନାମକ ଜଣେ ମହିଳା  । ସେ କୌଣସି କାରଣ ବଶତଃ ନ ଯାଇ ପାରି ନିଜ ପତି ରାଜେଶଙ୍କୁ ୨୫,୦୦୦ ଟଙ୍କା ଉଠାଇବା ପାଇଁ ପଠାଇଥିଲେ । ପରନ୍ତୁ ରାଜେଶ କାର୍ଡଟିକୁ ସ୍ବାଇପ କଲେ ମଧ୍ୟ ଟଙ୍କା ବାହାରିଲା ନାହିଁ । ଅଭିଯୋଗ କରିବାରୁ କୁହାଗଲା କି ,ଆକାଉଟ୍ ହୋଲଡର୍ ଙ୍କ ବିନା ଟଙ୍କା ଉଠାଯାଇପାରିବ ନାହିଁ । ଅଦାଲତ ବି ଏହି ଅଭିଯୋଗକୁ ଖାରଜ କରି ଦେଇଛି ।

Comments are closed.