କରୋନାକୁ ନେଇ ରାଉରକେଲା NITରେ ଛୁଟି ଘୋଷଣା
କରୋନା ମୁକାବିଲା ପାଇଁ ଗତକାଲି ରାଜ୍ୟ ସରକାର ସ୍କୁଲ୍, କଲେଜ ସମେତ ସମସ୍ତ ଫିଲ୍ମ ହଲ୍କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ରାଉରକେଲା NITକୁ ଛୁଟି ଘୋଷଣା କରି ଦିଆଯାଇଛି । ଦେଶ ବିଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି କ୍ୟାମ୍ପସ୍ରେ ରହିବାକୁ ଚାହିଁବେ, ତା’ହେଲେ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ତେବେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢୁଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.