ଆନ୍ଧ୍ରପ୍ରଦେଶ ପଥର ଖଣିରେ ବିସ୍ଫୋରଣ: ୯ ମୃତ, ଅନେକ ଆହତ
ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ ଜିଲ୍ଲା ହାତୀବେଲଗଲ୍ ନିକଟସ୍ଥ ପଥର ଖଣିରେ ବିସ୍ଫୋରଣ ଘଟିଛି, ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଉକ୍ତ ପଥର ଖଣିରେ ୩୦ ଜଣ ଶ୍ରମିକ କାମ କରୁଥିଲେ । ବିସ୍ଫୋରଣ ପରେ ୯ ଜଣ ମୃତ ଓ ୬ ଜଣ ଆହତଙ୍କୁ ଉଦ୍ଧାର କରିବା ପରେ ଏବେବି ୧୫ ଜଣ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରୁ କେତେକ ଓଡିଶା, ବିହାର ଆଦି ରାଜ୍ୟର ଥିବାର ଖବର ମିଳିଛି । ପୋଲିସ ଦ୍ୱାରା ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ।
Comments are closed.