ମା’ ସାଜିଲା ପିଶାଚିନୀ: ଗଳା ଚିପି ମାରିଲା ଝିଅକୁ

ମା’ ହୋଇ କିଏ କେବେ ନିଜ ଛୁଆକୁ ମାରି ପାରେ କି ? ହେଲେ ଏପରି ଏକ ଦୁଃଖଦପୁର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ପଶ୍ଚିମ ଦିଲ୍ଲୀର ଏକ ଡାକ୍ତରଖାନାରେ, ଯେଉଁଠି ଏକ ମହିଳା ନିଜ ଜନ୍ମିତ କନ୍ୟାର ଗଳା ଚିପି ହତ୍ୟା କରିଛି । ଖବର ମିଳୁଛି କି, ରୀତା ଦେବୀ ନାମକ ଉକ୍ତ ମହିଳାଙ୍କର ପୂର୍ବରୁ ୨ ଝିଅ ଓ ଗୋଟିଏ ପୁଅ ଥିଲେ । ରୀତାଙ୍କର ସ୍ୱାମୀ ଦୁଇ ଝିଅଙ୍କୁ ପସନ୍ଦ କରୁନଥିବା ବେଳେ ଏଥିପାଇଁ ସେ ମାରଧର ମଧ୍ୟ କରୁଥିଲେ । ଏନେଇ ଆଉ ଗୋଟେ କନ୍ୟାର ଜନ୍ମକୁ ନେଇ ଚିନ୍ତିତ ଥିବା ରୀତା ନିଜର ହିତାହିତ ଜ୍ଞାନ ହରାଇ ଏପରି କାଣ୍ଡ ଘଟାଇଛନ୍ତି । ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଛି ବୋଲି ରିପୋର୍ଟ ଆସିବା ପରେ ଦିଲ୍ଲୀ ପୋଲିସ ରୀତାଙ୍କୁ ଗିରଫ କରିଛି । ସବୁ ପରେ ବି ଜଣେ ମା’ ହୋଇ ନିଜ ଶିଶୁକୁ ଏଭଳି କିଏ ମାରି ପାରେ କି !

Comments are closed.