ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ସମ୍ବଲପୁର, ୨୦ା୧ : ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଦାୟିତ୍ୱ ଦିଆଯାଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । ତେବେ ସଞ୍ଜୀବ ମିତ୍ତଲ ୪ ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିବା ଜଣାପଡ଼ିଛି । ବର୍ତ୍ତମାନ ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟରେ ଆକାଡେମିକ୍‌ ଆଫେୟାର୍ସର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଫେସର ମିତ୍ତଲ ।

Comments are closed.