ଜାନୁଆରି ୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର,୨୦ ।୧:ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା । ଏହି ଆଦିବାସୀ ମେଳା ଜାନୁଆରି ୨୬ ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆରେ ଏହି ମେଳା ହେବ । ଦିନ ୧୧ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ଆଦିବାସୀ ମେଳା । କୋଭିଡ କଟକଣା ମାନି ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଦିବାସୀ ମେଳାକୁ ଯିବା ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା ହୋଇଛି । ୨୩ ଜାନୁଆରୀରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଭର୍ଚୁଆଲ ମୋଡ୍‌ରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି କୁହାଯାଇଛି ।

Comments are closed.