ନୂଆ ସିମ କାର୍ଡ ପାଇଁ ଲାଗୁ ହେବ ନୂଆ ନିୟମ

ଆଜିକାଲି ମୋବାଇଲ ବିନା ଲୋକେ କ୍ଷଣେ ବଞ୍ଚିପାରୁନାହାନ୍ତି । ତେବେ ମୋବାଇଲରେ ସିମର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲୋକମାନେ ଏହି ସିମ କାର୍ଡକୁ ନେଇ ଆଜିକାଲି ଅନେକ ଠକେଇ ସାଇବର ସ୍କାମ ଆଦି କରୁଛନ୍ତି, ତେଣୁ ଏନେଇ ଏବେ ସରକାର ସିମ କାର୍ଡ ବ୍ୟବହାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଆଜିଠାରୁ ସିମ କାର୍ଡ ପାଇଁ ଲାଗୁ ହେବ ନୂଆ ନିୟମ । ଭାରତର ଟେଲି ଯୋଗାଯୋଗ ବିଭାଗ DOT ଆଜିଠାରୁ ଏହି ନୂତନ ନିୟମ ଲାଗୁ କରିବାକୁ ସ୍ଥିର କରିଛନ୍ତି । ଏହା ଅକ୍ଟୋବର ମାସରୁ କାର୍ଯ୍ୟକାରୀ କରିବାକୁ ସ୍ଥିର କରାଯାଇଥିଲା କିନ୍ତୁ କୌଣସି କାରଣରୁ ଦୁଇ ମାସ ବିଳମ୍ବ ହୋଇଯାଇଥିଲା ତେଣୁ ଆଜିଠାରୁ ଏହି ନିୟମ କାର୍ଯ୍ୟକାରୀ ହୋଇଛି । ଠକେଇ, ସାଇବର ସ୍କାମ, ନକଲି ସିମ ଏବଂ ଅନଲାଇନ ସ୍କାମ ଆଦିକୁ ରୋକିବା ପାଇଁ ସରକାର ଏହି ପରିବର୍ତ୍ତନ ଆଣିଛନ୍ତି ।
ସିମ ଡିଲର ଏବଂ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗୁ କରାଯାଉଛି । ଡିସେମ୍ବରୁ ୧ ଅର୍ଥାତ ଆଜି ଠାରୁ ସିମକାର୍ଡ ଡିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ସହ ପଞ୍ଜିକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ ଅପରେଟରଙ୍କ ଉପରେ ରହିବ । ଏହି ନିୟମ ଭାଙ୍ଗିଲେ ୧୦ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ ।

ଏହି ନୂଆ ନିୟମ ଅଧିକ ସିମ କାର୍ଡର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି । ବ୍ୟବସାୟ କରୁଥିବା ବ୍ୟକ୍ତି ମାନେ ଅଧିକ ସିମ କିଣିପାରିବେ, କିନ୍ତୁ ସାଧାରଣ ୟୁଜର ଗୋଟିଏ ଆଧାର ପରିଚୟ ପତ୍ରରେ କେବଳ ୯ଟି ସିମ କାର୍ଡ ହି କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ମଧ୍ୟ ଦେବାକୁ ପଡିବ ।

Comments are closed.