ଦାୟିତ୍ୱ ନେଲେ ନୂଆ ପୋଲିସ କମିଶନର

ଭୁବନେଶ୍ୱର: ଟ୍ୱିନ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୯୯୫ ବ୍ୟାଚର ଆଇପିଏସ ଅଧିକାରୀ ସୌମେନ୍ଦ୍ର କଟକ ଓ ଭୁବନେଶ୍ୱରର ଦାୟିତ୍ୱ ନେଇଛନ୍ତି । ଭୁବନେଶ୍ୱର କମିଶନରେଟ ପୋଲିସ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂଆ ପୋଲିସ କମିଶନର ସୌମେନ୍ଦ୍ରଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର ।

ତେବେ ସିପି ଭାବେ ଦାୟିତ୍ୱ ନେବା ପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି ଯେ, ‘ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବି । ଟ୍ୱିନ ସିଟି ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଲୋଡିବା ସହ ଧନ ଜୀବନ ସୁରକ୍ଷାକୁ ପ୍ରଥମିକତା ଦେବି ବୋଲି ସୌମେନ୍ଦ୍ର କହିଛନ୍ତି ।

ଗତକାଲି ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରିଥିଲେ ରାଜ୍ୟ ସରକାର । ଭୁବନେଶ୍ୱର-କଟକର ନୂଆ ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନିଯୁକ୍ତ କରାଯାଇଥିଲା ।

Comments are closed.