ସାବଧାନ କେବେ ବି କରନ୍ତୁ ନାହିଁ ଏହି ଭୁଲ ହୋଇପାରେ ଘାତକ

ଦିନର ଆରମ୍ଭ ଭଲରେ ହୋଇଥିଲେ ହିଁ ସାରା ଦିନ ଭଲ ଭାବେ ବିତିଥାଏ । ସକାଳେ ଚିଡଚିଡା ଅନୁଭବ ହେଲେ ଦିନସାରା ସେଭଳି ହିଁ ବିତିଥାଏ । ତେବେ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ଚିନ୍ତାଧାରା ଓ ଦୈନନ୍ଦିନ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ । ମାନସିକ ଶାନ୍ତି ଓ ଦିନସାରା କାର୍ଯ୍ୟକଳାପ ସୂଚାରୁ ରୂପେ କରିବା ପାଇଁ ଏଭଳି କିଛି ଖାଦ୍ୟ ରହିଛି, ଯାହାକୁ ଖାଲିପେଟରେ ସେବନ କରିବା ଉଚିତ ନୁହେଁ । ଜାଣନ୍ତୁ ..
ଅଧିକାଂଶ ଲୋକଙ୍କ ସକାଳର ଆରମ୍ଭ ଏକ କପ ଚା’ରୁ ହୋଇଥାଏ । ମାତ୍ର ଖାଲିପେଟରେ ଚା’ କିମ୍ବା କଫି ପିଇବା ଦ୍ୱାରା ଏସିଡିଟି ହୋଇଥାଏ । ଫଳରେ ପେଟରେ ଯନ୍ତ୍ରଣା, ଛାତିରେ ଜଳାପୋଡା ଭଳି ସମସ୍ୟା ହୋଇଥାଏ । ତେଣୁ ଖାଲିପେଟରେ ଚା’ ପିଇବା ଉଚିତ ନୁହେଁ । ଚା’ ସହ ବିସ୍କୁଟ୍‌ କିମ୍ବା ପାଉଁରୁଟି ଖାଇପାରିବେ ।
ସେଓରେ ଭିଟାମିନ ବି , ଭିଟାମିନ ଏ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରରେ ରହିଛି । ମାତ୍ର ସକାଳେ ଖାଲିପେଟରେ ସେଓ ଖାଆନ୍ତୁ ନାହିଁ ।
ସାଲାଡ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ମାତ୍ର ଖାଲିପେଟରେ ସାଲାଡ ସେବନ ଦ୍ୱାରା ଗ୍ୟାଷ୍ଟ୍ରିକ୍‌, ଏସିଡିଟି ସମସ୍ୟା ସହ ଛାତି ଓ ଗଳାରେ ଜଳାପୋଡା ଅନୁଭବ ହୋଇଥାଏ ।
ପିଜୁଳି – ସ୍ୱାସ୍ଥ୍ୟ ପାଇଁ ପିଜୁଳି ଖୁବ ଉପକାରୀ । ମାତ୍ର ଖାଲିପେଟରେ ଏହାର ସେବନ କରନ୍ତୁ ନାହିଁ । ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
ଖାଲିପେଟରେ ଟମାଟୋର ମଧ୍ୟ ସେବନ କରନ୍ତୁ ନାହିଁ । ଖାଲିପେଟରେ ଟମାଟୋ ସେବନ କରିବା ଦ୍ୱାରା ଗଳା ଓ ଛାତିରେ ଜଳାପୋଡା ଓ ଏସିଡିଟି ସମସ୍ୟା ହୋଇଥାଏ ।

Comments are closed.