ଏହି ସବୁ ଜିନିଷ କେବେ କାହାରିକୁ ଦିଅନ୍ତୁ ନାହିଁ
ଶାସ୍ତ୍ରରେ ଏପରି କିଛି ଜିନିଷ କୁହାଯାଇଛି, ଯାହାକୁ କେବେବି କାହାକୁ ଦେବା ଉଚିତ୍ ନୁହେଁ। କାରଣ ବ୍ୟକ୍ତିଙ୍କ ଭାଗ୍ୟ କିଛି ଜିନିଷ ସହିତ ଜଡିତ। ଏହି ଜିନିଷଗୁଡିକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇପାରେ। ଘରେ ଦାରିଦ୍ର୍ୟ ଆସିପାରେ। ଆସନ୍ତୁ ଜାଣିବା ସେହି ଜିନିଷଗପଡିକ ବିଷୟରେ।
ଘଣ୍ଟା :
ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିର ଭଲ ଏବଂ ଖରାପ ସମୟ ଘଣ୍ଟା ସହିତ ଜଡିତ। ଅନ୍ୟର ଘଣ୍ଟା ପିନ୍ଧିବା ଦ୍ୱାରା ତାଙ୍କର ଖରାପ ସମୟ ଆପଣଙ୍କ ସହିତ ଯୋଡି ହୋଇଯାଏ। ଘଣ୍ଟା ସମୟ ସହିତ ବ୍ୟକ୍ତିର ଭାଗ୍ୟ ମଧ୍ୟ ସ୍ଥିର କରେ, ତେଣୁ ଘଣ୍ଟାର ଦେବା-ନେବା ଶୁଭ ବୋଲି ବିବେଚନା କରାଯାଏ ନାହିଁ।
ଝାଡୁ :
ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ବିବେଚନା କରାଯାଏ। କାହାକୁ ଝାଡୁ ଉଧାର ଦେଲେ ମା ଲକ୍ଷ୍ମୀ ଘରୁ ବାହାରି ଯାଆନ୍ତି। ବ୍ୟକ୍ତିର ଆର୍ଥିକ ଦିଗ ଦୁର୍ବଳ ହେବାକୁ ଲାଗେ । ଧନ ହାନୀ ହୁଏ। ତେଣୁ କେବେ ବି କାହାକୁ ଝାଡୁ ଦାନ କରନ୍ତୁ ନାହିଁ।
କଲମ :
ପ୍ରାୟତଃ ଲୋକମାନଙ୍କର ସ୍କୁଲ, କଲେଜ କିମ୍ବା ଅନ୍ୟ କୌଣସି ସ୍ଥାନରେ କଲମ ମାଗିବାର ଅଭ୍ୟାସ ଥାଏ । ଶାସ୍ତ୍ର ଅନୁଯାୟୀ, କଲମ ବ୍ୟକ୍ତିଙ୍କ ଭଲ ଖରାପ କାର୍ଯ୍ୟର ହିସାବ ରଖେ। ଯଦି ଆପଣ କାହା ପାଖରୁ କଲମ ଆଣୁଛନ୍ତି, ତେବେ ତାହାକୁ ପାଖରେ ରଖନ୍ତୁ ନାହିଁ, ତାଙ୍କୁ ଫେରାଇ ଦିଅନ୍ତୁ। ଏଥି ସହିତ କାହାକୁ କଲମ ଦେଇଥିଲେ ତାହାକୁ ମଧ୍ୟ ଫେରାଇ ଆଣନ୍ତୁ।
ଲୁଣ :
ଅଧିକାଂଶ ଘରେ ଖାଦ୍ୟ ସାମଗ୍ରୀର କାରବାର ସାଧାରଣ । ଶାସ୍ତ୍ର ଅନୁଯାୟୀ, ଲୁଣ କେବେବି କାହା ଠାରୁ ଧାର ଆଣିବା କିମ୍ବା କାହାକୁ ଦାନ କରିବା ଉଚିତ ନୁହେଁ। ଲୁଣ ଚନ୍ଦ୍ର ଏବଂ ଶୁକ୍ର ସହିତ ଜଡିତ। ଲୁଣ ଋଣ ନେବା ଦ୍ୱାର ଦୁଇ ଗ୍ରହ ଦୁର୍ବଳ ହେବାକୁ ଲାଗେ। ଏହାଦ୍ୱାରା ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ।
Comments are closed.