ସକାଳେ ଉଠିବା ପରେ କେବେ ବି କରନ୍ତୁ ନାହିଁ ଏମିତି

ସକାଳ ଯଦି ଆମର ଠିକ୍ ହୁଏ ତାହାଲେ ସବୁ କାମ ଭଲରେ ଭଲରେ ହୋଇଯିବ। ସେପଟେ ସକାଳେ ଯଦି କୌଣସି ଅଶୁଭ ଜିନିଷ ଆଖି ସାମ୍ନାକୁ ଆସିଯାଏ, ତା’ ହେଲେ ପୂରା ଦିନ ବର୍ବାଦ ହୋଇ ଯାଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି କାମ ଏବଂ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ସକାଳୁ ସକାଳୁ କରିବା ଏବଂ ଦେଖିବା ବହୁତ ଅଶୁଭ ହୋଇଥାଏ। ତେଣୁ ଯଦି ଆପଣ ନିଜ ଦିନଟିକୁ ସୁଖମୟ କରିବାକୁ ଚାହୁଁଛନ୍ତି, ତା’ ହେଲେ ସକାଳ ସମୟରେ କଦାପି ଏହି କାମ କରନ୍ତୁ ନାହିଁ।

ଆଇନା ଦେଖିବା: ସକାଳୁ ଉଠୁ ଉଠୁ ଆଇନା ଦେଖନ୍ତୁ ନାହିଁ। କିଛି ଲୋକ ସକାଳୁ ଉଠିବା କ୍ଷଣି ଆଇନା ଦେଖି ଥାଆନ୍ତି। କେଶ କୁଣ୍ଡାଇ ଥାଆନ୍ତି। ଯେତେବେଳେ କି, ଏମିତି କରିବା ଆଦୌ ଉଚିତ୍‌ ନୁହେଁ। ଏହାଦ୍ୱାରା ନକାରାତ୍ମକତା ବଢ଼ିଥାଏ। ତେଣୁ ଭଲ ହେବ ଯେ ସକାଳେ ଉଠିଲ ପ୍ରଥମେ ନିଜ ହାତ ପାପୁଲି ଦେଖନ୍ତୁ। ପୁଣି ମୁହଁ, ହାତ ଦେଖିବା ପରେ କେଶ କୁଣ୍ଡାନ୍ତୁ ଏବଂ ଆଇନା ଦେଖନ୍ତୁ।

ଅଇଁଠା ବାସନ: ଆପଣ ସକାଳୁ ଉଠିବା ମାତ୍ରେ ଅଇଁଠା ବାସନକୁସନ ଉପରେ ନଜର ପଡ଼ିବା ଅତ୍ୟନ୍ତ ଖରାପ ହୋଇଥାଏ। ଏଥିପାଇଁ ରାତିରେ ସବୁବେଳେ ରୋଷେଇ ଘର ସଫା କରି ଶୁଅନ୍ତୁ। ମଇଳା ବାସନକୁସନ ଦେଖିବା ଦ୍ୱାରା ନକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ଏବଂ ପୂରା ଦିନଟି ବେକାର ଯାଇଥାଏ।

ବନ୍ଦ ଘଣ୍ଟା: ସକାଳୁ ଉଠୁ ଉଠୁ ବନ୍ଦ ଘଣ୍ଟା ଦେଖିବା ଆଦୌ ଭଲ ନୁହେଁ। ଏମିତିରେ ଘରେ ବନ୍ଦ ଘଣ୍ଟା ରଖିଲେ ବି ଭୟଙ୍କର ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ତେଣୁ ଏପରି ପରିସ୍ଥିତି ଉପୁଜିବାକୁ ଦିଅନ୍ତୁ ନାହିଁ। ଯଦି ଘରେ ହଠାତ୍ ଘଣ୍ଟା ବନ୍ଦ ହୋଇଯାଏ, ତା’ ହେଲେ ତାହାକୁ ଓଲଟା କରି ରଖି ଦିଅନ୍ତୁ।

ହିଂସ୍ର ପଶୁମାନଙ୍କ ଫଟୋ: ଘରେ ହିଂସ୍ର ପଶୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ, ହିଂସ୍ର ପଶୁମାନଙ୍କ ଫଟୋ ଘରେ ଅଶାନ୍ତି ଏବଂ କଳହ ସୃଷ୍ଟି କରିଥାଏ। ଏଥିସହ ସକାଳୁ ସକାଳୁ ଏହି ଜିନିଷଗୁଡ଼ିକୁ ଦେଖିଲେ ମଧ୍ୟ ପୂରା ଦିନ ଖରାପ ହୋଇପାରେ।

ଡଷ୍ଟବିନ୍: ସକାଳୁ ଉଠିବା ମାତ୍ରେ ଡଷ୍ଟବିନ କିମ୍ବା ଅଳିଆ ଗଦା ଦେଖିବା ଆଦୌ ଭଲ ନୁହେଁ। ତେଣୁ ସକାଳୁ ପ୍ରଥମେ ନିଜ ହାତ ପାପୁଲି ଦ୍ୱୟକୁ ଦର୍ଶନ କରନ୍ତୁ। ପୁଣି ମୁହଁ, ହାତ ଧୁଅନ୍ତୁ ଏବଂ ଏହାପରେ ନିଜର ଦୈନନ୍ଦିନ କାମ କରନ୍ତୁ।

Comments are closed.