ଆଜି ନେପାଳ ଦେଖିବ ନୂଆ ରାଷ୍ଟ୍ରପତି

0

କାଠମାଣ୍ଡୁ: ନେପାଳରେ ଗୁରୁବାର ରାଷ୍ଟ୍ରପତି ନିର୍ବାଚନ ହେବ। ନେପାଳ ତା’ର ନୂଆ ରାଷ୍ଟ୍ରପତି ଦେଖିବ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି ବୋଲି ବୁଧବାର ସେଠାକାର ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ରାତି ୭ଟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ଆଶା ରହିଛି ବୋଲି ନିର୍ବାଚନ ଅଧିକାରୀ ମହେଶ ଶର୍ମା ପାଉଡେଲ କହିଛନ୍ତି। ନେପାଳି କଂଗ୍ରେସର ବରିଷ୍ଠ ନେତା ରାମ ଚନ୍ଦ୍ର ପଉଡେଲ ଓ ସିପିଏନ(ୟୁଏମଏଲ)ର ଉପସଭାପତି ସୁବାସ ଚନ୍ଦ୍ର ନେମବାଙ୍ଗ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି।

ଏ ସଂକ୍ରାନ୍ତରେ ଭୋଟ ଦେବା ପାଇଁ ସଂସଦୀୟ କୋଠାର ଏକ ଗୃହରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଦୁଇଟି ପୃଥକ ପୋଲିଂ ଷ୍ଟେସନ କରାଯାଇଛି। ଫେଡେରାଲ ପାର୍ଲିଆମେଣ୍ଟେରିଆନସ ଓ ପ୍ରଭିନ୍ସ ଏସେମ୍ବ୍ଲି ମେମ୍ବର୍ସ ନିଜ ମତାଧିକାର ସାବ୍ୟସ୍ତ କରିବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ସେଠାକାର ଇଲେକ୍ଟୋରାଲ କଲେଜରେ ୮୮୪ ସଦସ୍ୟ ଅଛନ୍ତି। ହାଉସ ଅଫ ରିପପ୍ରଜେଣ୍ଟେଟିଭର ୨୭୫ ସଦସ୍ୟ, ନେସନାଲ ଏସେ‌ମ୍ବ୍ଲିର ୫୯ ଓ ସାତ ପ୍ରଭିନସିଆଲ ଏସେମ୍ବ୍ଲିର ୫୫୦ ଜଣ ସଦସ୍ୟ ‌ଭୋଟ ଦେବେ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.