ବଡ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗିରିରାଜ ସିଂହ

ମୁମ୍ବାଇ: ଏକ ବଡ଼ ଦୁର୍ଘଟଣାରୁ ଆଜି (ବୁଧବାର) ଅଳ୍ପକରେ ରକ୍ଷା ପାଇ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ମହାରାଷ୍ଟ୍ର ଥାନେ ଜିଲ୍ଲାର ଶାହାପୁର ଠାରେ ବୁଧବାର ଦିନ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା। ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ସଭାମଞ୍ଚ ଉପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଉପସ୍ଥିତ ଥିବାବେଳେ ଅଚାନକ ପ୍ରବଳ ଝଡ଼ ପବନ ଓ ବର୍ଷା ଯୋଗୁଁ ସଭା ମଣ୍ଡପଟିର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ତେବେ, ଶାହାପୁର ଠାରେ ଘଟିଥିବା ଏହି ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଅଳ୍ପକରେ ରକ୍ଷା ପାଇ ଯାଇଥିଲେ। କିନ୍ତୁ, ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବହୁ ମହିଳା ଆହତ ହୋଇଥିଲେ।

ମହିଳା ଦିବସ ଅବସରରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଯୋଗ ଦେଇଥିବା ବେଳେ ଝଡ଼ ପବନ ଯୋଗୁଁ ମଣ୍ଡପର କିଛି ଅଂଶ ତଳକୁ ଖସି ପଡ଼ିଥିଲା।

Comments are closed.