ସୁଶାନ୍ତ ମାମଲା: ୯ ମାସ ପରେ ୩୦ ହଜାର ପେଜର ଚାର୍ଜସିଟ୍ ଦାଖଲ କଲା ଏନସିବି, ଖୋଲିବ କି ମୃତ୍ୟୁର ରହସ୍ୟ !
ମୁମ୍ବାଇ,୫ ।୩: ଅଭିନେତା ସଚୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ପୂର୍ବ ଅପେକ୍ଷା ଥଣ୍ଡା ପଡିଛି । ଏହି ମାମଲାରେରେ ଡ୍ରଗ୍ସ ମୋଡ ସାମ୍ନାକୁ ଆସିବା ପରେ ଏନସିବିକୁ ଅନେକ ତଥ୍ୟ ମିଳିଥିଲା । ମାମଲାର ଲଗାତାର ଯାଞ୍ଚ କରିବା ପରେ ଡ୍ରଗ୍ସ କନେକ୍ସନ ମାମଲାରେ ଚାର୍ଜସିଟ ଦାଖଲ କରିଛି ଏନସିବି । ୩୦ ହଜାର ପୃଷ୍ଠାର ଚାର୍ଜସିଟରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଇଛି । କେବଳ ଏତିକି ନୁହେଁ, ଚାର୍ଜସିଟରେ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କ ବୟାନ ବି ଯୋଡା ଯାଇଛି । ଚାର୍ଜସିଟରେ ସମୁଦାୟ ୩୩ ଜଣଙ୍କ ନାଁ ରହିଛି । ଏନସିବି ୨୦୦୦ ରୁ ଅଧିକ ପୃଷ୍ଠାର ହାର୍ଡ କପି ଚାର୍ଜ ସିଟ୍ ଦାଖଲ କରିଥିବାବେଳେ ଡିଜିଟାଲ୍ ଫର୍ମାଟରେ ୫୦,୦୦୦ ପୃଷ୍ଠା ଅଛି, ଯାହା ଏକ ସିଡିରେ କୋର୍ଟରେ ଦାଖଲ କରାଯାଇଛି।
ତେବେ ଜବତ୍ ହୋଇଥିବା ଡ୍ରଗ୍ସ, ଇଲେକ୍ଟ୍ରୋନିକ୍ସ ଉପକରଣ ରିପୋର୍ଟ, ଫୋରେନସିକ୍ ରିପୋର୍ଟ, ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି । ଚାର୍ଜସିଟ୍ ସହ ୫୦ ହଜାର ପୃଷ୍ଟାର ଡିଜିଟାଲ ପ୍ରମାଣ ବି ଯୋଡା ଯାଇଛି । ଚାର୍ଜସିଟରେ ପାଖାପାଖି ୨୦୦ ସାକ୍ଷୀଙ୍କ ବୟାନ ରହିଛି । ଏହି ମାମଲାରେ ମୋଟ ୩୮ ଜଣ ଅଭିଯୁକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଫେରାର୍ ଅଛନ୍ତି । ଅନ୍ୟ ୩୩ ଜଣଙ୍କୁ ଗିରଫ୍ କରିସାରିଛି ଏନସିବି । ଗିରଫ୍ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରିୟା ଓ ତାଙ୍କ ଭାଇ ସୌଭିକଙ୍କୁ ଛାଡି ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା, ଦୀପେଶ ସାୱନ୍ତଙ୍କ ସହ ଅନେକ ଡ୍ରଗ୍ସ ବ୍ୟବସାୟର ସାମିଲ ଅଛନ୍ତି ।
Comments are closed.