ନୌସେନାରେ ସାମିଲ ହେବ ଆଇଏନଏସ୍ ବିକ୍ରାନ୍ତ
ନୂଆଦିଲ୍ଲୀ : ଭାରତରେ ନିର୍ମିତ ବିମାନ ପରିବହନକାରୀ ଆଇଏନଏସ୍ ବିକ୍ରାନ୍ତ ସେପ୍ଟେମ୍ବର ୨ (ଶୁକ୍ରବାର) ନୌସେନାରେ ସାମିଲ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ସ୍ବଦେଶୀ ବିମାନ ପରିବହନକାରୀ ପୋତକୁ ଲୋକାର୍ପିତ କରିବେ। ମେକ ଇନ ଇଣ୍ଡିଆ ଅଧୀନରେ ଏହା ପ୍ରସ୍ତୁତ କରାଯାଇଛି। ଏହା ଭାରତର ସର୍ବବୃହତ ବିମାନ ପରିବହନକାରୀ ଯୁଦ୍ଧପୋତ।
ଭାରତୀୟ ନୌସେନାର ଉପାଧ୍ୟକ୍ଷ ଭାଇସ ଆଡମିରାଲ ଏସ.ଏନ. ଘୋରମଡେ କହିଛନ୍ତି ଯେ ଏହାର ଉପକରଣ ଅମ୍ବାଲା, ଡାମନ, କୋଲକାତା, ଜଳନ୍ଦର, କୋଟା, ପୁଣେ ଏବଂ ନୂଆଦିଲ୍ଲୀ ସମେତ ଦେଶର ୧୮ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି।
ଭାରତୀୟ ନୌସେନାର ଉପାଧ୍ୟକ୍ଷ ଭାଇସ ଆଡମିରାଲ ଏସ.ଏନ. ଘୋରମଡେ କହିଛନ୍ତି ଯେ ଏହାର ଉପକରଣ ଅମ୍ବାଲା, ଡାମନ, କୋଲକାତା, ଜଳନ୍ଦର, କୋଟା, ପୁଣେ ଏବଂ ନୂଆଦିଲ୍ଲୀ ସମେତ ଦେଶର ୧୮ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି।
ଆମେରିକା, ବ୍ରିଟେନ, ରୁଷିଆ, ଚାଇନା ଏବଂ ଫ୍ରାନ୍ସ ସମେତ ଦେଶର ଏକ ସିଲେକ୍ଟ କ୍ଲବରେ ଯୋଗ ଦେଇ ଭାରତ ୪୦ ହାଜର ଟନରୁ ଅଧିକ ଓଜନ ବିଶିଷ୍ଟ ଏକ ବିମାନ ବାହକକୁ ଡିଜାଇନ ଏବଂ ନିର୍ମାଣ କରିଛି।
ଏହାର ଲମ୍ବ ୨୬୦ ମିଟର, ଚୌଡ଼ା ୬୨ ମିଟର ଏବଂ ଉଚ୍ଚତା ୫୯ ମିଟର ରହିଛି। ଏହି ଜାହାଜକୁ ନାଭାଲ ଡିଜାଇନ ନିର୍ଦ୍ଦେଶାଳୟ ଡିଜାଇନ କରିଛି ଏବଂ କୋଚିନ ଶିପିୟାର୍ଡ ଲିମିଟେଡରେ ନିର୍ମାଣ କରାଯାଇଛି। ଏହାର ନିର୍ମାଣରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଏଥିରେ ୬ଟି ହେଲିକପ୍ଟର ଏବଂ ୧୨ ଟି ଯୁଦ୍ଧ ବିମାନ ପାର୍କିଂ କରାଯାଇପାରିବ।
Comments are closed.