ଲକ୍ଷ୍ମୀ ବସ ଯୋଜନା ଉଦଘାଟନ କରିବା ପାଇଁ ମାଲକାନଗିରି ଯିବେ ନବୀନ

ମାଲକାନିଗିରି : ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟ ଲାଗି ଆରମ୍ଭ ହେବାକୁ ଥିବା ସରକାରଙ୍କ ନୁଆ ଲକ୍ଷ୍ମୀ ବସ ଯୋଜନା ମାଲକାନଗିରି ଜିଲ୍ଲାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଷ୍ମୀ ବସ ଯୋଜନାରେ ପଞ୍ଚାୟତ ସହ ଯୋଡି ହେବ ବ୍ଳକ ଓ ବ୍ଳକ ସହ ଯୋଡି ହେବ ଜିଲ୍ଲା ।

ସୁଲଭ ବସ ଭଡା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମରେ ଯାତାୟାତ କରି ପାରିବେ ଗରିବ ଲୋକେ । ରାଜ୍ୟ ସରକାରଙ୍କ ଏହି ଲକ୍ଷ୍ମୀ ଯୋଜନାରେ ମହିଳା ମାନଙ୍କ ଲାଗି ଆହୁରି କିଛି ରିହାତି ରହିଛି ହେଲେ ସେସବୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାନ୍ତି ରାଜ୍ୟ ସରକାର । ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଯେଉଁଥିପାଇଁ ମାଲକାନଗିରି ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି । ମୋଟ ୩୬ଟି ବସ ମାଲକାନଗିରି ଆସିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆସି ସାରିଛି ୧୫ଟି ଯେଉଁଥିରେ ଷ୍ଟିକରିଂ କରାଯାଉଛି ।

Comments are closed.