ଉଦ୍ଧାରକାରୀ ଟିମକୁ ଧନ୍ୟବାଦ୍ ଜଣାଇଲେ ନବୀନ

ଉତ୍ତରକାଶୀ: ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେଲେ ୪୧ ଜଣ ଶ୍ରମିକ। ରେସ୍କ୍ୟୁ ଟିମ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ପାଞ୍ଚ ଜଣ ଓଡ଼ିଆ। ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବା ପରେ ପରିବାର ବର୍ଗ ଖୁସି ବ୍ୟକ୍ତ କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବା ଖବର ଶୁଣି ମୋତେ ବହୁତ ଖୁସି ଲାଗିଲା । ଆମ ଲୋକମାନେ ସୁରକ୍ଷିତ ଘରକୁ ଫେରିବ । ଏଥିପାଇଁ ଉତ୍ତରାଖଣ୍ଡ ସରକାର, ଏନଡିଆରଏଫ୍ ଓ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଉଛି ।
ଟନେଲରୁ ସମସ୍ତ ୫ ଜଣ ଉଦ୍ଧାର ହେବା ପରେ ସେମାନଙ୍କ ପରିବାରକୁ ଫୋନ ମାଧ୍ୟମରେ ସୂଚନା ଦିଆଯାଇଛି। ମୟୂରଭଂଜ ବାଙ୍ଗିରିପୋଷି ଅଞ୍ଚଳର ଧୀରେନ ନାଏକ, ରାଜୁ ନାଏକ ଏବଂ ବିଶ୍ବେଶ୍ବର ନାଏକ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଂଚଳର ଭଗବାନ ଭତ୍ରା। ସେହିପରି ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ ଉଦ୍ଧାର ହୋଇଛନ୍ତି। ଏହି ଖୁସି ଖବର ପାଇବା ପରେ ପାଞ୍ଚ ଜଣକ ପରିବାରରେ ଖୁସି ଲହରି ଖେଳିଯାଇଥିଲା। ବାଣ ଫୁଟାଇ ନାଚ ଗୀତ କରି ସେମାନେ ଖୁସି ବ୍ୟକ୍ତି କରିଥିଲେ।

Comments are closed.