ପ୍ରଥମ ଥର ଇସ୍ରାଏଲ ଓ ହମାସ ଯୁଦ୍ଧରେ ମୁହିଁ ଖୋଲିଲା ଭାରତ

ନୁୟର୍କ: ପ୍ରଥମ ଥର ପାଇଁ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର (ୟୁଏନ୍‌) ରେ ଭାରତ ଖୋଲାଖୋଲି ଭାବେ ପ୍ରତିକ୍ରିୟା ଦେଇଛି। ଜାତିସଂଘର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ ଭାରତ ଏବଂ ପାଲେଷ୍ଟାଇନୀୟମାନଙ୍କ ସହ ଦୀର୍ଘ ଦିନର ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ବିବାଦରେ ସାଧାରଣ ନାଗରିକଙ୍କ ଜୀବନର କ୍ଷତି ସ୍ବୀକାର କରାଯାଇପାରିବ ନାହିଁ।

ରୁଚିରା କମ୍ବୋଜ ଭାରତ ଏବଂ ପାଲେଷ୍ଟାଇନ ମଧ୍ୟରେ ଗଭୀର ଐତିହାସିକ ସମ୍ପର୍କ ଏବଂ ପାଲେଷ୍ଟାଇନକୁ ରାଜ୍ୟ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ନିରନ୍ତର ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି, ଆଜି ଆମେ ଏଠାରେ ଏକ ସମୟରେ ଏକାଠି ହୋଇଛୁ ଯେତେବେଳେ ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁ ମଧ୍ୟ ପୂର୍ବର ସୁରକ୍ଷା ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି । ଏହି ଅଞ୍ଚଳରେ ସାଧାରଣ ନାଗରିକମାନେ ପ୍ରାଣ ହରାଉଛନ୍ତି। ଏଥିମଧ୍ୟରୁ ମହିଳା ଏବଂ ଶିଶୁଙ୍କ ଜୀବନ ସର୍ବାଧିକ ରହିଛି। ଏହା ଏକ ବିପଜ୍ଜନକ ମାନବିକ ସଙ୍କଟ। ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଆମେ ଦୃଢ ନିନ୍ଦା କରୁଛୁ।

Comments are closed.