ଜାତିପ୍ରଥାକୁ ନେଇ ଯୁବକକୁ ହତ୍ୟା

ଜାତିଗତ ପ୍ରଥାକୁ ନେଇ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯାହା ଦ୍ୱାରା ୨ ମାସ ତଳେ ବିବାହ କରିଥିବା ଯୁବକଙ୍କୁ ଫାର୍ସାରେ ହତ୍ୟା କରିଥିଲେ ଅନ୍ୟ ଯୁବକ । ମୃତ ଯୁବକଙ୍କର ନାମ ଭୀମ ସେଠୀ ହୋଇଥିବା ବେଳେ ଗତ କାଲି ଦେବଦମ୍ପତିଙ୍କ ବିବାହ ରାତିରେ ଏହି ଘଟଣା ଘଟିଛି । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଦେଉଳି ଗାଁରେ ଦେବ ଦମ୍ପତିଙ୍କ ବିବାହ ବହୁତ ଜୋରସୋରରେ ଚାଲିଥିଲା । ପରେ ଭୋଜି ଖାଇବା ସମୟରେ ଜାତିପ୍ରଥାକୁ ନେଇ କିଏ ଆଗ ପ୍ରସାଦ ଗ୍ରହଣ କରିବେ ବୋଲି ୨ଗୋଷ୍ଠୀ ମଧ୍ୟରେ ତ୍ରୀବ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ସବ ସରିବା ପରେ ଭାମ ଜଲଦୀ ଘରକୁ ଫେରିବାକୁ ଚାଁହୁଥିଲେ ପରନ୍ତୁ ସେହି ସମୟରେ ୫ କି ୬ ଜଣ ଲୋକ ଦେଉଳ ନିକଟରେ ଅଟକ ରଖି ଫାର୍ସାରେ ଆକ୍ରମଣ କରି ହତ୍ୟା କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାରକରିବା ସହିତ ଆଲୋକ, ଦୀପକ ଓ ସୋନୁଙ୍କ ବିରୋଧରେ ଥିବା ଅଭିଯୋଗରେ ତାଙ୍କୁ ଅଟକ ରଖି ତଦନ୍ତ କରୁଛି ।

Comments are closed.