ଇସ୍ତଫା ଦେଲେ ନକଭି

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ମୁକ୍ତାର୍‌ ଆବାସ ନକଭି ବୁଧବାର ଇସ୍ତଫା ଦେଇଛନ୍ତି। ସେ ସଂଖ୍ୟାଲଘୁ ବ୍ୟାପାର ବିଭାଗର ମନ୍ତ୍ରୀ ଥିଲେ। ନକଭିଙ୍କ ସହ ଜେଡିୟୁ କୋଟାରୁ ମନ୍ତ୍ରୀ ଥିବା ଆରସିପି ସିଂ ମଧ୍ୟ ଇସ୍ତଫା ଦେଇଛନ୍ତି। ନକଭି ଏବଂ ଆରସିପି ମଧ୍ୟ ରାଜ୍ୟ ସଭାର ସଦସ୍ୟ ଥିଲେ। ଦୁହିଁଙ୍କ କାର୍ଯ୍ୟକାଳ ଗୁରୁବାର ଶେଷ ହେଉଛି। ଏଥର ଭାଜପା ନକଭିଙ୍କୁ ରାଜ୍ୟ ସଭାକୁ ପଠାଇ ନାହିଁ। ଦଳ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇପାରେ ବୋଲି କୁହାଯାଉଛି।
ଏହାପୂର୍ବରୁ କ୍ୟାବିନେଟ ବୈଠକରେ ଲୋକଙ୍କ ସେବାରେ ନକଭିଙ୍କ ଅବଦାନକୁ ପ୍ରଶଂସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିଲେ। ନକଭି ଭାଜପା ସଭାପତି ଜେପି ନଡାଙ୍କୁ ମଧ୍ୟ ଭେଟିଥିଲେ।

Comments are closed.